ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ,  ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ

ଓଡ଼ିଆ ବାର୍ତ୍ତା/ ଗୋପାଳଗଞ୍ଜ: ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ । ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି l ମୃତ ଯୁବକ ଜଣକ ହେଉଛନ୍ତି ୨୫ ବର୍ଷୀୟ ବିପିନ କୁମାର ପସୱନ୍‌ l ଥଟ୍ଟା ମଜାରେ ଏକାସାଙ୍ଗେ ୧୫୦ଟି ମୋମୋ ଖାଇଦେଇଥିଲେ ବିପିନ। ସୂଚନା ଅନୁସାରେ, ବିହାରର ଗୋପାଳଗଞ୍ଜ ଜିଲ୍ଲାର ବିପିନ କୁମାର ପସୱନ୍‌ ଏକ ମୋବାଇଲ ରିପ୍ୟାରିଂ ଦୋକାନରେରେ କାମ କରୁଥିଲେ । ସବୁଦିନ ଭଳି ମଙ୍ଗଳବାର ମଧ୍ୟ ସମୟରେ ଦେକାନ ଯାଇଥିଲେ । କିଛି ସମୟ ପରେ ତାଙ୍କ ସାଙ୍ଗମାନେ ଦୋକାନକୁ ଆସିଥିଲେ । କଥା କଥାରେ ତାଙ୍କ ମଧ୍ୟରେ ଏକ ଚ୍ୟାଲେଞ୍ଜ ଲାଗିଲା । ଚ୍ୟାଲେଞ୍ଜ ଥିଲା ଯେ କିଏ ଅଧିକ ମୋମୋ ଖାଇ ପାରିବ । ବିପିନ ଚ୍ୟାଲେ‌ଞ୍ଜକୁ ସ୍ୱୀକାର ମଧ୍ୟ କରିଥିଲେ । କିଏ ଜାଣିଥିଲା ଏହି ଠଟ୍ଟା ମଜା ବିପିନଙ୍କ ପାଇଁ କାଳ ସାଜିବ । ବିପିନ ଚ୍ୟାଲେଞ୍ଜ ଜିତିବା ଆଳରେ ଏକାଥରକେ ୧୫୦ ମୋମୋ ଖାଇ ଦେଇଥିଲେ । ଏହାପରେ ତାଙ୍କୁ ଅସ୍ତବ୍ୟସ୍ତ ଲାଗିଲା । ସେ ହଲଚଲ୍‌ ହୋଇପାରିଲେ ନାହିଁ । ହଠାତ୍‌ ଅଚେତ୍‌ ହୋଇ ପଡ଼ିଲେ । ସାଙ୍ଗମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପିତା କହିଛନ୍ତି ଯେ ରାତିରେ ଦୁଇଜଣ ଯୁବକ ତାଙ୍କ ଦୋକାନକୁ ଆସିଥିଲେ ଏବଂ ସାଙ୍ଗରେ ନେଇଥିଲେ। ବିପିନଙ୍କୁ ବିଷାକ୍ତ ଖାଦ୍ୟ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବିପିନଙ୍କ ବାପା | ଅନ୍ୟପଟେ ପୋଲିସ କହିବା ଅନୁସାରେ ଅଳ୍ପ ସମୟ ମଧ୍ୟରେ କେତେ ଅଧିକ ମୋମୋ ଖାଇପାରିବ ସେନେଇ ତିନିଜଣ ସାଙ୍ଗଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା | ଆଉ ବିପିନ ମୋମୋ ଖାଇବା ବେଳେ ଏହାକୁ ନ ଚୋବାଇ ଗିଳିପକାଇଥିଲେ | ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଶବ ବ୍ୟବଛେଦ ରିପୋର୍ଟରେ ମଧ୍ୟ ଏବାବଦରେ ଖୁଲାସା ହୋଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.