ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ଗତକାଲି ପୂର୍ବତନ ବିଧାୟକ ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ଓ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବାକୁ ନେଇ ଏବେ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ଦଳ ମଧ୍ଯରେ ହଟଚମଟ ସୃଷ୍ଟି ହୋଇଛି। ଜିଲ୍ଲାର ବିଭିନ୍ନ ଜାଗାରେ ଚିରଞ୍ଜିବୀ ସମର୍ଥକମାନେ ରାସ୍ତା ଉପରକୁ ଆସି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ବିରୁଦ୍ଧରେ ନାରାବାଜି କରୁଛନ୍ତି। ପିସିସି ସଭାପତି ୯ ରୁ ୯୦ ଆଡ଼କୁ ନୁହେଁ ୯ ରୁ ୦ ଆଡ଼କୁ ନେଉଛନ୍ତି ବୋଲି କଂଗ୍ରେସ କର୍ମୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର ତିନୋଟି ବ୍ଲକରେ ଚିରଞ୍ଜିବୀ ସମର୍ଥକ ମାନେ ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ “ବିଜେପି ଦଲାଲ ଶରତ ପଟ୍ଟନାୟକ ମୁର୍ଦାବାଦ” ନାରା ଦେଇଥିଲେ। ତିର୍ତ୍ତୋଲରେ କଲେଜ ଛକ ଠାରେ ତୁଳଙ୍ଗ ପଞ୍ଚାୟତ କଂଗ୍ରେସ ସଭାପତି କୃଷ୍ଣଚନ୍ଦ୍ର ସ୍ବାଇଁ, ତୁଳଙ୍ଗ ସମିତିସଭ୍ଯ ଦେବୀପ୍ରସାଦ ପାଳ, ଗରାମ ସରପଂଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ଲକ୍ଷ୍ମୀଧର ଦାଶ, ଶୁଭନାରାୟଣ ନାୟକ, ସମୀର କୁମାର କର, ଧ୍ରୁବ ଚରଣ ପରିଡା, ପ୍ରଶାନ୍ତ ଲେଙ୍କା , ତର୍ପଣ ଶତପଥୀ, ସନ୍ତୋଷ କୁମାର ଚୌଧୁରୀ, ପ୍ରଦ୍ୟୁମ୍ନ ନନ୍ଦ, ଦିଲ୍ଲୀପ ବିଶ୍ବାଳ, ଆଶିଷ କୁମାର ସ୍ବାଇଁ, ଶିବ ପ୍ରସାଦ ମହାନ୍ତି , ପ୍ରଦୀପ୍ତ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଶିବନାରାୟଣ ଜେନା, ମନୋଜ ସାହୁ, ନାରାୟଣ ଦାସ, ଶରତ ଦାସ, ପର୍ଶୁରାମ ବାରିକ, ସୁନୀଲ କୁମାର ରାଣା, ଦେବାଶିଷ ଶର୍ମା(ଭିକି), ଶ୍ରୀପତି ଲେଙ୍କା, ରଘୁନାଥ ଦଳେଇ, ସରୋଜ ନାୟକଙ୍କ ସମେତ ଶତାଧିକ ଚିରଞ୍ଜିବୀ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ। ରଘୁନାଥପୁର ବ୍ଲକର ମଦନମୋହନ ମଠ ସମ୍ମୁଖରେ ନାରାୟଣ ନାୟକ, ବ୍ଲକ ଯୁବ କଂଗ୍ରେସ ସଭାପତି ମୁକ୍ତାର ଅଲ୍ଲୀ, ପ୍ଯାରେଶ ପାତ୍ର, ସୌମେନ୍ଦ୍ର ମହାପାତ୍ର, ସୁକାନ୍ତ ଭୋଇ,ରାଜା ସ୍ୱାଇଁ, ସୌମ୍ଯ ମଲ୍ଲିକ ପ୍ରମୁଖ ବିରୋଧ ପ୍ରଦର୍ଶନ କରିଥିଲେ। ସେହପରି ବିରିଡି ବ୍ଲକର ବାଲିଆ ଷ୍ଟୋର ଠାରେ ବ୍ଲକ ଯୁବ କଂଗ୍ରେସ ସଭାପତି ସତ୍ୟଜିତ୍ ମହାନ୍ତି, ଅମିତ୍ ପଶାୟତ, ପ୍ରଶାନ୍ତ ନାଥ, ଦୁର୍ଗା ନାୟକ, ସୁଶୀଲ କୁମାର ଦାଶ, ଶେଖର ପଣ୍ଡା, ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚିରଞ୍ଜିବୀ ବିଶ୍ବାଳ ଜିନ୍ଦାବାଦ ଓ ବିଜେପି ଦଲାଲ ଶରତ ପଟ୍ଟନାୟକ ମୁର୍ଦାବାଦ ନାରା ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.