ସତ୍ୟାନନ୍ଦ ସରସ୍ୱତୀଙ୍କ ୮୧ତମ ଧରାଅବତରଣ ଦିବସ ଉଦଘାଟିତ

ସତ୍ୟ ଶାନ୍ତିର ସାଧକ ଥିଲେ ସତ୍ୟାନନ୍ଦ ସରସ୍ୱତୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ୮୧ତମ ଧରାଅବତରଣ  ଦିବସ ଜୁଲାଇ ୨୦ତାରିଖକୁ ଚଳିତ ବର୍ଷ ପାଞ୍ଚଦିନ ବ୍ୟାପୀ କାଳୀକୃଷ୍ଣ ସଂଘ ପାଳନ କରିବ। ଏହି ଉପଲକ୍ଷେ ଜୟପାଟଣା ନିକଟସ୍ଥ ଗୀତାଭବନ ଠାରେ  କାଳୀକୃଷ୍ଣ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ଉଦଘାଟନୀ ଉତ୍ସବକୁ ଉଦଘାଟନ କରିଛନ୍ତି।ଉଦଘାଟନୀ ଉତ୍ସବରେ ଏକ ସଚେତନ ଶୋଭଯାତ୍ରା ଦେବୀ ଦୂର୍ଗା ମନ୍ଦିର ଠାରୁ ବାହାରି ଗୀତାଭବନ ଠାରେ ପହଞ୍ଚିଥିଲା। ଏହି ସଚେତନ ଶୋଭଯାତ୍ରାରେ  ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ  ସମାଜ ସଚେତନତା ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା। ପରେ ପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଜୀବନ ତମାମ ପରୋପକାରରେ ବ୍ରତୀ ଥିଲେ । କାଳୀକୃଷ୍ଣ ତତ୍ତ୍ଵ ପରି ଗହନ ତତ୍ତ୍ଵକୁ ସରଳ ଭାବରେ ସମାଜରେ ଉପସ୍ଥାପନ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ।ଶନିବାର ଦିନ କାଳୀକୃଷ୍ଣ ମେଳା କରି  ଅନେକ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ ହେବାର ଶହ ଶହ ଉଦାହରଣ ରହିଛି।ସମାଜର ଆସହାୟ, ଅବହେଳିତମାନଙ୍କର ସେବା ସେମାନଙ୍କର  ଉତଥାନ ତଥା  କୂଳଚାର, କୂଳଧର୍ମ ପାଳନ ସହ ଶୃଙ୍ଖଳିତ ଜୀବନ ଯାପନ ଉପରେ ଗୁରୁତ୍ୱ ଦେଉଥିଲେ ବୋଲି ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ କହିଥିଲେ। ପାଞ୍ଚଦିନ ବ୍ୟାପୀ ଧରାଅବତରଣ ଦିବସ ପାଳନ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଜୁଲାଇ ୧୬ତାରିଖରେ ଉଦଘାଟନୀ ଉତ୍ସବ ଜୟପାଟଣା ଠାରେ, ୧୭ତାରିଖରେ ନିତ୍ୟବ୍ୟବହାର ଉପକରଣ ବଣ୍ଟନ ଓ ସତସଙ୍ଗ କାର୍ଯ୍ୟକ୍ରମ ଦୀନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମ, ନବରଙ୍ଗପୁର ଠାରେ, ୧୮ତାରିଖରେ ସାମୁହିକ ବୃକ୍ଷରୋପଣ  କାର୍ଯ୍ୟକ୍ରମରେ ୫୦୦ଶହ ଚାରା ରୋପଣ ଜୟପୁର ଠାରେ ହେବ, ୧୯ତାରିଖରେ  ପାଠ୍ୟ ଉପକରଣ ବଣ୍ଟନ ଓ ସତସଙ୍ଗ କାର୍ଯ୍ୟକ୍ରମ ଦିବ୍ୟାଂଗ ବିଦ୍ୟାଳୟ, କୋରାପୁଟ ଏବଂ ଏହି ଦିନ ଧର୍ମଗଡ, କଳାହାଣ୍ଡି ଠାରେ ରକ୍ତଦାନ ଶିବିର ଆୟୋଜନ ହେବ।ଜୁଲାଇ ୨୦ତାରିଖ ସତ୍ୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ବାସରେ ଜୟପୁର ଠାରେ ଏକ ବିଶାଳ ରକ୍ତଦାନ ଶିବିର ଓ ସତସଙ୍ଗ ଏବଂ ମୂଖ୍ୟ ଆଶ୍ରମ କଲମପୁର ତଥା କାଳୀକୃଷ୍ଣ ସଂଘର ଶାଖାସଂଘ ମାନଙ୍କରେ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦଘାଟନୀ ଉତ୍ସବକୁ କାଳୀକୃଷ୍ଣ ସଂଘ ତଥା ଶାଖାସଂଘର ଶିଷ୍ୟ ଶିଷ୍ୟାମାନଙ୍କର ମିଳିତ ଉଦ୍ୟମରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.