୪ର୍ଥ ଜାତୀୟ କ୍ରସବୋ ସୁଟିଂ ଚାମ୍ପିଆନସିପ୍‌ରେ ଭାଇଭଉଣୀଙ୍କୁ ସ୍ୱର୍ଣ୍ଣ ପଦକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାଇଭଉଣୀଙ୍କୁ ମିଳିଛି ସ୍ୱର୍ଣ୍ଣପଦକ । ଯାହାକୁ ନେଇ ପରିବାର ଭିତରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଓଡିଶା ତଥା ରାୟଗଡା ଜିଲ୍ଳା ପାଇଁ ଗୈାରବ ଆଣିଥିବାରୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୂଅ । ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଗତ ୧୯ ଓ ୨୦ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ଜାତୀୟ କ୍ରସବୋ ସୁଟିଂ ଚାମ୍ପିଆନସିପ୍‌ରେ ସଫଳତା ଆଣିଛନ୍ତି ରାୟଗଡାର ଏ.ଅନିତା ପଟ୍ଟନାୟକ ଓ ଏ.ଲୋହିତ ପଟ୍ଟନାୟକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅଣ୍ଡର-୨୩ ମହିଳା ରିକର୍ଭ କେଟୋଗରୀ ପ୍ରତିଯୋଗିତାରେ ଅନିତା ଅଂଶଗ୍ରହଣ କରି ୪୫୦ରୁ ୩୯୦ ପଏଂଟ ରଖି ଅନିତା ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ପୁରୁଷ ବର୍ଗର ପ୍ରତିଯୋଗିତାରେ ତାଙ୍କ ଭାଇ ଲୋହିତ ମଧ୍ୟ ଅଂଶଗ୍ରହଣ କରି ୪୫୦ରୁ ୩୫୫ ପଂଏଟ ରଖି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ହରିୟାଣା ଓ କେରଳ ଭଳି ୮ଟି ରାଜ୍ୟର ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.