ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଫାଉଣ୍ଡେସନ ଫର ଇକୋଲୋଜିକାଳ ସିକୁରିଟି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନିରନ୍ତର କୃଷି ଅନୁଭୂତି ସଂକଳନ ଉପରେ ଦିନିକିଆ କର୍ମଶାଳା ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବୈଠକରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା, ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁ, ମିଶନ ଶକ୍ତିର ବିଏଲସି ଝୁଲଣା ବାଗ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ ଓ ବେଲଗାଁ ସହକାରୀ କୃଷି ଅଧିକାରୀ ସମ୍ବିତ ସୌରଭ ରଥ ପ୍ରମୁଖ ଉପସ୍ଥିତ ରହି ଜୈବିକ ପଦ୍ଧତିରେ ଚାଷ କଲେ ଚାଷୀମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ l ଉକ୍ତ ସଭାକୁ ଏଫଇଏସ ଜିଲ୍ଲା ସଂଯୋଜକ ସୁଜିତ ଶତପଥି ସଭା ପରିଚାଳନା କରିଥିବା ବେଳେ ମାଷ୍ଟର ଟ୍ରେନର ସୌଦାମିନୀ ସାହୁ କର୍ମଶାଳାର ଉଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି କର୍ମଶାଳାରେ କୃଷି ଓଭରସିୟର ପ୍ରଫୁଲ୍ଲ ଛତ୍ରିଆ, ଶାନ୍ତିଲତା ମିଶ୍ର, ମନୋଜ ଭୋଇ, ଅଧିକାରୀ ଦାସ, ଶରତ ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ରାମଜୀ ଗୋପାଳ, ବରଜ ବିଡ଼ିକା, ବିପିନ ଦଳାଇ, କଲ୍ୟାଣୀ ବାଗ, ବବିତା ମେହେର, ବିବିତା ବାର୍ଲା, ଅଳକା ସାମାଦ, ଲକ୍ଷପତି ଭୋଇ, ଏଟିଏମ ଫକୀର ଦଣ୍ଡସେନା, ଦେଓଗାଁ ମାଷ୍ଟର ଟ୍ରେନର କୃଷ୍ଣ ପାଣିଗ୍ରାହୀ, ଟିଟିଲାଗଡ଼ ଟ୍ରେନର ସିଦ୍ଧେଶ୍ଵର ମାଝୀ, ଏମବିକେ, ସିଆରପିସିଏମ, କୃଷକ ସାଥି ଓ ଅଗ୍ରଣୀ ଚାଷୀମାନେ ଉପସ୍ଥିତ ଥିଲେ l