ନିର୍ମାଣର ମାସେ ନ ପୂରୁଣୁ ଭାଙ୍ଗିଲା ରାସ୍ତା, ସ୍ଥାୟୀତ୍ୱକୁ ନେଇ ସନ୍ଦେହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କୋକସରା ବ୍ଲକ ସଦର ମହକୁମା ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ଠାରୁ କୂଳେର ଗୁଡା ପର୍ଯ୍ୟନ୍ତ ୭ କି.ମି ରାସ୍ତା ଗତ ମାସେ ତଳେ ନିର୍ମାଣ କାର୍ଯ୍ୟ ସରିଛି। ତେବେ ନିର୍ମାଣର ମାସେ ପରେ ରାସ୍ତାର ଏକ ବ୍ରିଜ ନିକଟରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।ଯାହା ଫଳରେ ପାଦେ ପାଦେ ବିପଦ ରହିଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଞ୍ଚଲବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ଠାରୁ କୂଳେରଗୁଡା ପର୍ଯ୍ୟନ୍ତ ୭ କି.ମି ରାସ୍ତା ଅଟକଳ ପରିମାଣ ଟ.୪୬୫.୫୩ଲକ୍ଷ ବିନିମୟରେ ଠିକାଦାର ଏମ. ଏସ ମାଁ ଭବାନୀ ଇଞ୍ଜିନିୟରିଂ(କ )ଶ୍ରେଣୀ ଠିକାଦାର ଦ୍ୱାରା ରାସ୍ତା କାମ ସମ୍ପାଦନ ହୋଇଥିଲା। ହେଲେ ମୂଳ ସଂସ୍ଥା ନିର୍ମାଣ କାର୍ଯ୍ୟ କରିନଥିବା ବେଳେ ଅନ୍ୟ ଏକ ସଂସ୍ଥା ତାହା ନିର୍ମାଣ କାର୍ଯ୍ୟ କରିଥିଲା। ଯେଉଁ ସଂସ୍ଥାଟି ନିର୍ମାଣ କାର୍ଯ୍ୟ କଲା ସେ ବିଗତ ଦିନରେ ତାଙ୍କ ଲାଇସେନ୍ସ କଳା ତାଲିକା ଭୁକ୍ତ ହୋଇଥିବା ଜଣାପଡିଛି। ତେବେ ଏଭଳି ଠିକା ସଂସ୍ଥା କିଭଳି ଭାବରେ କାମ କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ନିର୍ମାଣର ଏକ ମାସ ପରେ ରାସ୍ତାର ଏକ ବ୍ରିଜ୍ ନିକଟରେ ବିରାଟ ବଡ଼ ଘାଇ ସୃଷ୍ଟି ହୋଇଛି। ତେଣୁ ସ୍ଥାୟୀତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଗମନାଗମନର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ଏଠି ବିକାଶ ନାଁରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରର ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥର ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ରାସ୍ତା ନିର୍ମାଣ କାର୍ଯ୍ୟରେ ଅତି ନିମ୍ନମାନର ପିଚୁ ବିଛାଯାଇ ଥିବାରୁ ରାସ୍ତାର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାମ କରିବାର ମାତ୍ର ମାସେ ନ ପୂରୁଣୁ ରାସ୍ତାରେ ବିଭିନ୍ନ ଜାଗାରେ ଘାଇ ସୃଷ୍ଟି ହୋଇ ବିପଦ ସଂକୁଳ ଅବସ୍ଥାରେ ରହି କିଛି ଜାଗାରେ ପିଚୁ ଉଠି ପଡ଼ିଲାଣି। ବହୁଦିନରୁ ଏ ଅଞ୍ଚଳର ଲୋକେ ଦାବୀ ଜଣାଇ ଆସୁଥିବା ବେଳେ ରାସ୍ତାରେ ନାମକୁ ମାତ୍ର ପିଚୁ ବିଛାଇ ରାସ୍ତା ନିର୍ମାଣ କାର୍ଯ୍ୟ ସାରି ଦିଆଯାଇଛି। ଟେମରା ହଂସ ପଡା ଠାରେ ଥିବା ବୁଲାଣି ଓ ବ୍ରିଜ ପାଖରେ ରାସ୍ତା ଭାଙ୍ଗିଯାଇଛି ଓ ଦବିଯାଇ ବଡ଼ ଘାଇ ସୃଷ୍ଟି ହୋଇଛି ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଉକ୍ତ ରାସ୍ତା ଉପରେ ଏ ଅଞ୍ଚଳର ଅନେକ ଗ୍ରାମର ଶହ ଶହ ଲୋକ ଦୈନନ୍ଦିନ ନିର୍ଭର କରିଥାନ୍ତି। ବ୍ଲକ କାର୍ଯ୍ୟାଳୟକୁ ଲୋକେ ଏହି ରାସ୍ତା ଦେଇ ନିୟମିତ ଯିବା ଆସିବା କରୁଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାକୁ ମଧ୍ୟ ସଂଯୋଗ କରୁଛି। ଏଣୁ ଏହି ରାସ୍ତାଟି ବହୁ ଗୁରୁତ୍ବ ବହନ କରୁଛି। ଏ ନେଇ ଆରଡ଼ି ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ କାର୍ଯ୍ୟ ଚାଲୁ ରହିଛି ଆସନ୍ତା କାଲି ପରିଦର୍ଶନ କରି ମରାମତି ପାଇଁ ଠିକା ସଂସ୍ଥାକୁ ତାଗିଦ କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.