ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ପଣ୍ଡା): ସୁବର୍ଣ୍ଣପୁର ଜ଼ିଲ୍ଲା ନୂତନ ଅନୁଦାନ ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଦୀର୍ଘ ୩୦/୩୫ ବର୍ଷ ଶିକ୍ଷାଦାନ କରି ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବସର କାଳୀନ ସୁବିଧା ସୁଯୋଗ ଯଥା ପେନସନ ପ୍ରଦାନ, ପେନସନ ଗ୍ରାଚୁଟି, ଛୁଟି କାଳୀନ ସୁବିଧା ପ୍ରଦାନ କରିବାକୁ ସମଗ୍ର ରାଜ୍ୟରେ ୩୦ ଗୋଟି ଜ଼ିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲା ଶିକ୍ଷାଧିକାରୀ ଓ ଜ଼ିଲ୍ଲାପାଳଙ୍କ ମାଧ୍ୟମରେ ନାର୍ଯ୍ୟ ଦାବି ପୂରଣ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି। ଅନୁଦାନ ସୁବିଧା ପାଉଥିବା ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ଭଳି ତାଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରିବାକୁ ସରକାର ଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନା କରିଛନ୍ତି। ପ୍ରକାଶ ଥାଉ କି ଯେ ଏ ସଂଘର ଦାବି ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଏମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖାକୁ ସଂଘ ଦୃଢ଼ ନିନ୍ଦା କରିଛି l ସଂଘ ସଭାପତି କୁଳମଣୀ ମିଶ୍ର, ସମ୍ପାଦକ ପୂରନ୍ଦର ପୁରୋହିତଙ୍କ ନେତୃତ୍ୱରେ ପଞ୍ଚାନନ ପଣ୍ଡା, ମହୋନ ବାରିକ, ଲକ୍ଷଣ ରଣା, ନବୀନ ପାଢ଼ୀ, ରମା ବାରିକ, ଈଶ୍ୱର ନାଏକ, ମନୋରଚି ଭୋଇ, ପ୍ରମୁଖ ବହୁ ସଦସ୍ୟ ଏହି ବିକ୍ଷୋଭ ଓ ଧାରଣାରେ ସାମିଲ ଥିଲେ।