ଡେଙ୍ଗୁ ନିରାକରଣ ପାଇଁ ସଚେତନତା ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଡେଙ୍ଗୁ ନିରାକରଣ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ ପରାମର୍ଶଦାତା ସନ୍ତୋଷ କୁମାର ବାଗ, କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ତ୍ବଦର୍ଶୀ ଦାସ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ଲଡୁଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ରଜତ ସୌମ୍ୟ ଅନୁରାଗ, ବିପିଏମ ସୁଜିତ ସିଂ କୁମାର ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ନିରାକରଣ ଉପରେ ସଚେତନ ସୃଷ୍ଟି କରିଥିଲେ। ଜନସ୍ବାସ୍ଥ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ବାସ୍ଥ୍ୟ କର୍ମଚାରୀ ଶ୍ରବଣ କୁମାର ପାଢୀ, ମଳୟ ଠାକୁର ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.