ଯେଉଁଠି ମୂର୍ତ୍ତିମାନେ ହୁଅନ୍ତି କଥା

ଭାରତରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ପ୍ରତି ମନ୍ଦିର ଭିନ୍ନ ଭିନ୍ନ ମାନ୍ୟତା ଏବଂ ଚମତ୍କାରିତା ପାଇଁ ପ୍ରସିଦ୍ଧ ଅଟେ। ଏହାଛଡ଼ା ଭାରତରେ ଏମିତି କିଛି ମନ୍ଦିର ଅଛି, ଯାହା ରହସ୍ୟମୟ ଏବଂ ବିଚିତ୍ର। ତେବେ ଏମିତି ୩ଟି ବିଚିତ୍ର ଏବଂ ରହସ୍ୟମୟ ମନ୍ଦିର ବିଷୟରେ ଆସନ୍ତୁ ଜାଣିବା …

Omkar Vasthu
Omkar Vasthu
  • ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିର:- ବିହାରରେ ଥିବା ଏହି ମନ୍ଦିରର ସ୍ଥାପନା ୪୦୦ ବର୍ଷ ପୂର୍ବେ ହୋଇଥିଲା। ଏହି ମନ୍ଦିର ତନ୍ତ୍ରସାଧନା ପାଇଁ ପ୍ରସିଦ୍ଧ ଅଟେ। ଏହି ମନ୍ଦିରର ଅନ୍ୟ ଏକ ରହସ୍ୟମୟ କଥା ବି ରହିଛି। କୁହାଯାଏ, ଅଧରାତ୍ରି ହେଲେ ଏହି ମନ୍ଦିର ଭିତରୁ କଥାବାର୍ତ୍ତା ଶୁଣାଯାଇଥାଏ। ଅନେକ ଲୋକ ଓ ପୂଜକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି। ବୈଜ୍ଞାନିକମାନେ ଏହି ମନ୍ଦିର ଉପରେ ଗବେଷଣା କରିଥିଲେ ବି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରିନାହାନ୍ତି।

Pearl dental clinic
Near Ashish Medical Store, Bhawanipatna
  • ଉତ୍ତରପ୍ରଦେଶର କାନପୁର ଠାରେ ଥିବା ଜଗନ୍ନାଥ ମନ୍ଦିର:- ଉତ୍ତରପ୍ରଦେଶର କାନପୁର ଠାରେ ଭଗବାନ ଜଗନ୍ନାଥଙ୍କର ଗୋଟିଏ ମନ୍ଦିର ଅଛି। ଏହି ମନ୍ଦିର ଅଦ୍ଭୁତ ବିଶେଷତ୍ୱ କାରଣ ପାଇଁ ପ୍ରସିଦ୍ଧ ଅଟେ। ଏହି ମନ୍ଦିରର ବିଶେଷତ୍ୱ ହେଲା, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ହିଁ ଏହି ମନ୍ଦିର ସୂଚନା ଦେଇଥାଏ। ବର୍ଷା ଆରମ୍ଭ ହେବାର ସାତଦିନ ପୂର୍ବରୁ ଏହି ମନ୍ଦିରର ଛାତ ମଧ୍ୟରୁ ପାଣି ପଡ଼ିଥାଏ। ପଡ଼ୁଥିବା ସେହି ପାଣି ଠିକ୍‌ ବର୍ଷାପାଣି ପରି ହୋଇଥାଏ। ଅନେକ ଏ ରହସ୍ୟ ଭେଦ କରିବାକୁ ପ୍ରୟାସ କରିଥିଲେ ବି ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ପୁଣି, ଏହି ମନ୍ଦରକୁ କିଏ ନିର୍ମାଣ କରିଛନ୍ତି, ତାହା ବି ପ୍ରଶ୍ନବାଚୀ ହୋଇ ରହିଯାଇଛି।

Udyog Nursery
Udyogi Nursery
  • ହିମାଚଳ ପ୍ରଦେଶର ଜ୍ୱାଳାମୁଖୀ ମନ୍ଦିର:- ହିମାଚଳ ପ୍ରଦେଶର କାଙ୍ଗ୍ଲା ଜିଲ୍ଲାରେ କାଲିଧାର ପାହାଡ଼ ଉପରେ ଏହି ମନ୍ଦିର ଅଛି। ଜ୍ୱାଳାମୁଖୀ ମନ୍ଦିର ହେଉଛି ମାତାଙ୍କର ପାଞ୍ଚ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ଜ୍ୱାଳା ମୁଖୀ ମନ୍ଦିରରେ ମାତାଙ୍କର ମୂର୍ତ୍ତିକୁ ପୃଥ୍ଵିବୀରୁ ନିର୍ଗତ ୯ଟି ଜ୍ୱଳାରେ ପୂଜା କରାଯାଇଥାଏ। ଏହି ୯ଟି ଜ୍ୱାଳାର ପୂଜା କାହିଁ କେତେ ଦିନରୁ ଚାଲି ଆସୁଛି। କୁହାଯାଏ, ବାଦଶାହ ଆକବର ଏହି ଜ୍ୱାଳାକୁ ଲିଭାଇବା ପାଇଁ ଚେଷ୍ଟା କରି ଅସଫଳ ହୋଇଥିଲା। ଯଦିଓ ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ତଥାପି ସେମାନେ ଏହାର ପ୍ରକୃତ କାରଣ ଖୋଜି ପାଇନାହାନ୍ତି। ତଥାପି ସେମାନେ କହନ୍ତି ପୃଥିବୀର ଗର୍ଭରେ ଦବି ରହିଥିବାରୁ ଏହା ପ୍ରାଚୀନ ଜ୍ୱାଳାର ଅଂଶ ବିଶେଷ ହୋଇପାରେ। କିନ୍ତୁ ଏହାର କୌଣସି ହେଲେ ବି ବୈଜ୍ଞାନିକ ସତ୍ୟତା ଜଣାପଡ଼ି ନାହିଁ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.