ନୂତନ କମିଟିର ସଭାପତି ଶଶିଭୂଷଣ ଓ ସଂପାଦକ ରବି ନାରାୟଣ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଲାୟନ୍ସ କ୍ଳବ ରାୟଗଡା ନାଗାବଳୀର ସ୍ଥାପନା ଦିବସ ସ୍ଥାନୀୟ ନୂଆ ଟାଉନ୍ ଦୁର୍ଗା ପୂଜା କମିଟି ସମ୍ମିଳନୀ କକ୍ଷରେ ପାଳିତ ହୋଇଥିବା ବେଳେ ଲାୟନ୍ସ ବର୍ଷ ୨୦୨୩-୨୪ ସକାଶେ ନବ ନିର୍ବାଚିତ କାର୍ଯ୍ୟକାରୀ କମିଟିକୁ ଏଥିରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଚଳିତ ବର୍ଷ ପାଇଁ ନିର୍ବାଚିତ ସଭାପତି ଲାୟନ୍ସ ଶଶିଭୂଷଣ ପଟ୍ଟନାୟକ, ସଂପାଦକ ଲାୟନ୍ସ ରବି ନାରାୟଣ ଶତପଥି, କୋଷାଧ୍ୟକ୍ଷ ଲାୟନ୍ସ ଦ୍ୱିତୀୟା ପଣ୍ଡା ଏବଂ ଉପସଭାପତି ଲାୟନ୍ସ ଶୁଭ୍ରା ପଣ୍ଡାଙ୍କୁ ଫୁଲତୋଡା ପ୍ରଦାନ ପୂର୍ବକ ଏବଂ ଶପଥ ପାଠ କରାଯାଇ କ୍ଳବର ଦାୟିତ୍ୱ ଅର୍ପଣ କରାଯାଇଥିଲା । ନବ ନିର୍ବାଚିତ ଜୋନାଲ୍ ଚେୟାରପର୍ସନ୍ ଲାୟନ୍ସ ଡା. ଅର୍ଚ୍ଚନା ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଲାୟନ୍ସ ବାବୁଲାଲ ଗନ୍ତାୟତ ପରିଚାଳନା କରିଥିଲେ । ଲାୟନ୍ସ ରୁବିରାଣୀ କୁଣ୍ଡୁ ନବ ନିର୍ବାଚିତ କାର୍ଯ୍ୟକାରୀ କମିଟିଙ୍କୁ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ଳବର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିବାରେ ସହାୟତା କରିଥିଲେ । ନୂତନ ଭାବେ କ୍ଳବରେ ଯୋଗ ଦେଇଥିବା ଦୁଇଜଣ ସଭ୍ୟା ଲାୟନ ସୁଜାତା ଖାଡଙ୍ଗା ଏବଂ ଲାୟନ ପ୍ରମିତା ଶତପଥୀଙ୍କ ସମ୍ୟକ ପରିଚୟ ପ୍ରଦାନ କରାଯାଇଥିଲା । ପରିଶେଷରେ କ୍ଳବର ସଂପାଦକ ଲାୟନ ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚାର୍ଟର ସଭାପତି ଲାୟ ଡ. ଦୁଷ୍ମନ୍ତ କୁମାର ମହାନ୍ତି ସମସ୍ତ ନବ ନିର୍ବାଚିତ କାର୍ଯ୍ୟକାରୀ କମିଟିକୁ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି । ସେହିପରି ବିଦାୟୀ ସଭାପତି ବାବୁଲାଲ ଗନ୍ତାୟତ ତାଙ୍କର ଅନୁଭୂତି ବିଷୟରେ ଭାବ ବିହ୍ୱଳ ହୋଇ ବକ୍ତବ୍ୟ ରଖିଥିବା ନେଇ ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି ।