ଆମପାଣିଠାରେ ସ୍ବାସ୍ଥ୍ୟ ସଚେତନତା ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଭାଗୃହଠାରେ ଶନିବାର ସ୍ବାସ୍ଥ୍ୟ ସମ୍ବନ୍ଧିତ ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଆମପାଣି ସିଏଚ୍ଓ ଅନୁରାଧା ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ଡ଼. ଜେଏମ୍ ଜୟପ୍ରକାଶ, ଡ଼. ସମେଦ କୋଟାବୁର ରସୁଲ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଲୋଚନୀ ବାଗ, ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ମହିଳା ସ୍ବାସ୍ଥ୍ୟ କର୍ମୀ ନୟନା ପଟ୍ଟନାୟକ, ତିଳୋତ୍ତମା ମାଝୀ, ମୀରା ଦେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଚେତନତା ଧର୍ମୀ ଆଲୋଚନା ଚକ୍ରରେ ବର୍ତ୍ତମାନ ଦେଖାଦେଇଥିବା ଆଖିଧରା, ଡାଇରିଆ, ମେଲେରିଆ, ଅପପୁଷ୍ଟି ଗର୍ଭବତୀ, ଅପପୁଷ୍ଟି କିଶୋରୀ ବାଳିକା, ଡେଙ୍ଗୁ ଆଦି ସଂକ୍ରମଣ ରୋଗରୁ କିପରି ରକ୍ଷା ପାଇବା ସେନେଇ ଜନ ସାଧାରଣଙ୍କୁ ସଚେତନତା କରାଇବା ସହ ଉପଲବ୍ଧ ଥିବା ଔଷଧ ବଣ୍ଟନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ କରାଯାଇଥିଲା। ବୈଠକରେ କାଉଡୋଲା, ଘଣ୍ଟିଗୁଡା, ଗୋତମୁଣ୍ଡା, ବଡପୋଡାଗୁଡା ଆଦି ସ୍ଥାନର ମହିଳା ସ୍ବାସ୍ଥ୍ୟ କର୍ମୀ ସମେତ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଜନ ଆରୋଗ୍ୟ ସମିତିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.