ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ସରକାରଙ୍କ ତରଫରୁ ସଂସ୍ଖୃତି ଓ ପରମ୍ପରାର ସୁରକ୍ଷା ତଥା ଭିତିଭୂମି ବିକାଶ ନିମନ୍ତେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଏବଂ ଯେଉଁ ପରିବାର ଏକ ପକ୍କାଘର କରିବା ପାଇଁ ସକ୍ଷମ ନୁହନ୍ତି କିମ୍ବା ବଂଚିତ ଆବେଦନକାରୀଙ୍କ ପାଇଁ ‘ମୋ ଘର’ ଯୋଜନା ଆରମ୍ଭ କରାଯାଇଛି । ଆଉ ଏହି ଦୁଇ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବି ସେ ନେଇ ପଂଚାୟତ ସ୍ତରରେ ଜନ ପ୍ରତିନିଧିମାନେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବୈଠକ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ବ୍ଳକର କାର୍ଲାକଣା ପଂଚାୟତ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ଓଡିଶା ସରକାରଙ୍କ ଏହି ଦୁଇ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକାଙ୍କ ସମେତ ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର, ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଏବଂ ଅନ୍ୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ରହି ପଂଚାୟତବାସୀଙ୍କୁ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଆମ ଓଡିଶା ନୀବନ ଓଡିଶା ଯୋଜନାରେ ପ୍ରତି ଗ୍ରାମ ପଂଚାୟତସ୍ତରରେ ପଚାଶ ଲକ୍ଷ ଟଙ୍କା ବିନିଯୋଗ ନିମନ୍ତେ ପ୍ରକଳ୍ପ ଚୟନ କରାଯିବ । ପ୍ରତିଟି ପ୍ରକଳ୍ପର ଅଟକଳ ମୂଳ୍ୟ ୨.୫୦ଲକ୍ଷ ଠାରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ, ଶ୍ରୀ ଜଗନ୍ନାଥ ମନ୍ଦିର, ପରିସର, ସଂସ୍କୃତିର ସୁରକ୍ଷା, ଭକ୍ତଙ୍କ ସୁରକ୍ଷା ଓ ଜନଗହଳି ସ୍ଥାନରେ ଆନୁଷାଙ୍ଗିକ ବ୍ୟବସ୍ଥା ନିମନ୍ତେ ୧୦ଲକ୍ଷ ପର୍ଯ୍ୟନ୍ତ ଅଟକଳ କରାଯାଇପାରିବ, ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ମିଶନ ଶକ୍ତି ଗୃହ, ଧର୍ମସ୍ଥଳୀ ନିକଟରେ ଗୋଷ୍ଠୀ କେନ୍ଦ୍ର, ଭୋଗ ମଣ୍ଡପ, ରୋଷେଇ ଗୃହ, ଭାଗବତ ଟୁଙ୍ଗି, ଶ୍ରୀ ଜଗନ୍ନାଥ ସଂସ୍କୃତିର ଉନ୍ନତିକରଣ ଆଦି ଯୋଜନା ଏହାର ପରିସରଭୁକ୍ତ ରହିଥିବା ବେଳେ ଅତିରିକ୍ତ ଶ୍ରେଣୀ ଗୃହ, ଶୈାଚାଳୟ, ବିଦ୍ୟାଳୟର ପୁନରୁଦ୍ଧାର, ନଦୀଘାଟ, ଶ୍ମଶାନ ଗୃହର ବିକାଶ, ବିଦ୍ୟାଳୟ ଖେଳ ପଡିଆର ବିକାଶ ଭଳି ପ୍ରକଳ୍ପ କାର୍ଯ୍ୟ କରାଯାଇପାରିବ ଏବଂ ଗ୍ରାମ ପଂଚାୟତ ଅଂଚଳରେ ଇଂଟରନେଟ ବ୍ୟବସ୍ଥା ସହ ୫ଟି ବିଦ୍ୟାଳୟ ଗୁଡିକର କାର୍ଯ୍ୟ ମଧ୍ୟ ଏହି ଯୋଜନା ଦ୍ୱାରା କରାଯାଇପାରିବ ଏବଂ ଗ୍ରାମ ପଂଚାୟତ ପିଚ୍ଛା ୨.୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୀଡା ଉପକରଣ କ୍ରୟ କରାଯାଇପାରିବ ବୋଲି ଲୋକ ପ୍ରତିନିଧିମାନେ ଲୋକଙ୍କୁ ସଚେତନ କରୁଥିବା ବେଳେ ଯେଉଁ ପରିବାର ଏକ ପକ୍କାଘର କରିବା ପାଇଁ ସକ୍ଷମ ନୁହନ୍ତି କିମ୍ବା ବଂଚିତ ଆବେଦନକାରୀମାନେ ‘ମୋ ଘର’ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।
ଏହି ଯୋଜନାରେ ସାମିଲ ହେବା ପାଇଁ ଜଣେ ବ୍ୟକ୍ତି ପୂର୍ବରୁ ୭୦ହଜାରରୁ ଅଧିକ ମୂଲ୍ୟର ଗ୍ରାମୀଣ ବାସଗୃହ ଯୋଜନାରେ ସାମିଲ ହୋଇ ନ ଥିବେ, ତାଙ୍କ ନାମରେ ଘରବାରି ପଟ୍ଟାଥିବ, ମାସିକ ଆୟ ୨୫ହଜାର ଟଙ୍କାରୁ କମ ଥିବ, ଅଣସେଚିତ ଜମି ୧୫ଏକକରୁ କମ କିମ୍ବା ଜଳ ସେଚିତ ୫ଏକକରୁ କମ ଥିବା ଆବଶ୍ୟକ,ତାଙ୍କର ଚାରି ଚକିଆ ଯାନ ନ ଥିବ,ତାଙ୍କର ଗୋଟିଏ ବଖରାରୁ ଅଧିକ ପକ୍କାଘର ନ ଥିବ,ସେ ନିୟମିତ ସରକାରୀ ଚାକିରିଆ କିମ୍ବା ଚାକରିଆ ପେନସନ ଭୋଗୀ ହୋଇ ନ ଥିବେ ଭଳି ମାପଦଣ୍ଡ ରଖାଯାଇଥିବାରୁ ଏହି ସଂପର୍କରେ ଅନେକ ପଂଚାୟତବାସୀମାନେ ସଚେତନ ହୋଇ ନ ଥିବାରୁ ସେମାନଙ୍କୁ ସଚେତନ କରି ଏହି ଯୋଜନା ମାଧ୍ୟମରେ ଲାଭ ଉଠାଇବା ପାଇଁ ଗ୍ରାମ ପଂଚାୟତସ୍ତରରେ ଜନ ପ୍ରତିନିଧିମାନେ ବୈଠକ ଜରିଆରେ ସଚେତନ କରୁଛନ୍ତି ବୋଲି ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ପ୍ରକାଶ କରିଛନ୍ତି ।