ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି: ଆଜି ୧୪ତମ କିସ୍ତି ଦେବେ ମୋଦି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ । ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିବେ ।

Omkar Vasthu
Omkar Vasthu

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଆଜି ଦେଶର ସାଢ଼େ ୮ କୋଟି କୃଷକଙ୍କୁ ମିଳିବ ୧୭ ହଜାର କୋଟି ଟଙ୍କା । ଏହି ଯୋଜନା ରେ ଦେଶର କୃଷକମାନେ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପାଇଥାନ୍ତି, ଯାହାକି ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ । ଆଜି ୧୪ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଯିବା ପରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ମୋଟ ଜମାରାଶି ୨.୫୯ ଲକ୍ଷ ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।ଏହି ଆର୍ଥିକ ସହାୟତା କୃଷକମାନଙ୍କୁ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ଜମିଜମା ଥିବା ଦେଶର ସମସ୍ତ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୧କୋଟିରୁ ଅଧିକ ଚାଷୀଙ୍କୁ ଏହି ଯୋଜନା ଅଧିନରେ ୨.୪୨ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

କହିରଖୁ କି କେନ୍ଦ୍ର ସରକାର ‘ପିଏମ କିଷାନ ସମ୍ମାନ ନିଧି’ ଯୋଜନାରେ ପ୍ରତିବର୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ୬୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି । ଏହି କ୍ରମରେ ପ୍ରତି ୪ ମାସରେ ଥରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ଆସିଥାଏ । ଏନେଇ ଏପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ୯ ଟି କିସ୍ତି ଆସି ସାରିଛି । ଏବେ ଏବେ ୧୦ ମ କିସ୍ତି ଆସିବାକୁ ଯାଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.