ଝରପଡ଼ାବାସୀଙ୍କ ସମସ୍ୟା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଓଜେୟୁ ପ୍ରତିନିଧି ଦଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସର୍ବ ନିମ୍ନ ମୌଳିକ ସୁଵିଧା ରୁ ବଞ୍ଚିତ ଥିବା ଜିଲ୍ଲା ର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗାଁ କୁ ପହଞ୍ଚିଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ଏଇ ବସ୍ତିର ଲୋକ ଙ୍କ ସହିତ ସବୁ ସମସ୍ୟା ଉପରେ ଅନୁଧ୍ୟାନ ଓ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଉପସ୍ଥିତ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଙ୍କୁ ନିର୍ଦ୍ଧେଶ କରିଥିବା ବିଷୟ ଆଜି ଓଡିଶା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ର ସାକ୍ଷାତରେ ପ୍ରତିକ୍ରିୟା ରଖିଥିଲେ l ଜ଼ିଲ୍ଲାପାଳ ଙ୍କ ତୁରନ୍ତ ପଦକ୍ଷେପ ଓ ଏଇ ଗାଁ ପରିଦର୍ଶନ ବିଷୟ କୁ ଅଞ୍ଚଳ ବାସୀ ଓ ଜ଼ିଲ୍ଲା ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ସେହିପରି ଜିଲ୍ଲା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ, ପୂଜା ଡୁଙ୍ଗୁରି, ଭୀମ ଭୋଇ ସମାଧି ପୀଠ, ମେଟାକାନି, ବାର ପାହାଡ଼, ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣମେରୁ, ଶ୍ରୀ ରାମେଶ୍ୱର, ଇଷ୍ଟ ଦେବୀ ମା ସୁରେଶ୍ୱରୀ ଆଦି ଜ଼ିଲ୍ଲା ର ପ୍ରମୁଖ ମନ୍ଦିର ଉନ୍ନତି କରଣ ପାଇଁ ଟୁରିଜିମ୍ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା ପ୍ରକାଶ କରିଥିଲେ। ଜିଲ୍ଲା କୁ ମିଳିଥିବା ୮କୋଟି ୪୧ଲକ୍ଷ ଟଙ୍କା ରେ ବିଭିନ୍ନ ଧାର୍ମିକ ସ୍ଥଳ ଓ କମ୍ୟୁନିଟି ସେଣ୍ଟର୍ ପାଇଁ ଆସିଥିବା ଅନୁଦାନ ବିଷୟ ଏବଂ ଜ଼ିଲ୍ଲା ର ପ୍ରମୁଖ ପାତାଳି ଶ୍ରୀକ୍ଷେତ୍ର ର ଭବ୍ୟ ମନ୍ଦିର ନିର୍ମାଣ ବିଷୟ ରେ ତ୍ବରାନ୍ବିତ ପଦକ୍ଷେପ ନେବାସହ ଶିଘ୍ର ଡିପିଆର୍ ପ୍ରସ୍ତୁତ ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା l ଏହା ସହିତ ବହୁ ପ୍ରାଚୀନ ବୈଦ୍ୟନାଥ ର କୋଶଳେଶ୍ୱର ଶୈବ ପୀଠର ପୁନଃରୁଦ୍ଧାର ବିଷୟ ରେ ଗୁରୁତ୍ୱ ଦେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା ପାଇଁ ଜ଼ିଲ୍ଲାପାଳ ଙ୍କୁ ବିଭିନ୍ନ ପ୍ରସ୍ତାବ ଦିଯାଇଥିଲା l ଏହି ପ୍ରତିନିଧି ଦଳରେ ସଂଘ ଉପଦେଷ୍ଟା ଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସଂପାଦକ ମହାଦେବ ମଲ୍ଲିକ, ରାଜ୍ୟ ସଂପାଦକ ରାଜ କିଶୋର ତ୍ରିପାଠୀ, ଭାସ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.