ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିରୋଧୀ ଯୋଜନା କରୁଥିବା ଦଳ ପକ୍ଷରୁ କୁହାଯାଉଥିଲା। ଏପରିକି ବିଜେପିର ବରିଷ୍ଠ ବିଧାୟକ ବାସନାଗୌଡା ପାଟିଲ ୟାଟନାଲ ମଧ୍ୟ କଂଗ୍ରେସ ସରକାର ଭାଙ୍ଗିବା ନେଇ ମନ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ସେ କହିଥିଲେ। କିନ୍ତୁ ଏବେ ଓଲଟା ବିରୋଧୀ ବିଜେପି ଓ ଜେଡିଏସକୁ ଦୁର୍ବଳ କରିବାକୁ କଂଗ୍ରେସ ଯୋଜନା କରିଥିବା କୁହାଯାଉଛି।

Pearl dental clinic
Near Ashish Medical Store, Bhawanipatna

ଅପରେସନ ହସ୍ତ ବା ଅପରେସନ ପାମ ମାଧ୍ୟମରେ ଦଳ ବିଜେପି ଓ ଜେଡିଏସକୁ ପୂର୍ବରୁ ଯାଇଥିବା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇ ଆଣିବାର ଯୋଜନା କରୁଥିବା କୁହାଯାଉଛି। ଖୋଦ କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଏହି ସୂଚନା ଦେଇଛନ୍ତି। ବିଜେପି ଓ ଜେଡିଏସର ନେତା ମାନେ କଂଗ୍ରେସରେ ମିଶିବାକୁ ଚାହଁଥିବା ସେ କହିଛନ୍ତି। ଏପରିକି ଏହା ମଧ୍ୟରେ ବିଜେପି ଓ ଜେଡିଏସର କିଛି ଟାଣୁଆ ନେତା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ପିସିସି ସଭାପତି ଡି କେ ଶିବକୁମାରଙ୍କୁ ଭେଟିଛନ୍ତି। ଯାହାକି ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏସ ଟି ସୋମାଶେଖର ସିଦ୍ଦରମେୟାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ନିଜର ନିର୍ବାଚନ ମଣ୍ଡଳୀର ବିକାଶ ସମ୍ବନ୍ଧରେ ଚର୍ଚ୍ଚା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା କହିଥିଲେ ମଧ୍ୟ ଏହାକୁ ନେଇ କିଛି ଭିନ୍ନ ଚର୍ଚ୍ଚା ହେଉଛି।

Udyog Nursery
Udyogi Nursery

ସେପଟେ ଜେଡିଏସ ନେତା ଆୟାନୁର ମଂଜୁନାଥ ଶିବକୁମାରଙ୍କୁ ଭେଟିଛନ୍ତି। ବିଭିନ୍ନ ସମୟରେ କଂଗ୍ରେସ ଛାଡି ବିଜେପି ଓ ଜେଡିଏସକୁ ଯାଇଥିବା କଂଗ୍ରେସ ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ପାଇଁ କଂଗ୍ରେସ ଅପରେସନ ହସ୍ତ ଆରମ୍ଭ କରିଥିବା କୁହାଯାଉଛି। ୨୦୧୯ ରେ ଯେଭଳି ଅପରେସନ ଲୋଟସ ମାଧ୍ୟମରେ ୧୭ ବିଧାୟକ କଂଗ୍ରେସ ଓ ଜେଡିଏସ ଛାଡି ବିଜେପିରେ ସାମିଲ ହୋଇଥିଲେ ସେମିତି ଢଙ୍ଗରେ ବିଜେପିକୁ କଡା ଜବାଵ ଦେବାକୁ କଂଗ୍ରେସ ପ୍ରସ୍ତୁତି କରିଥିବା ଆଲୋଚନା ହେଉଛି। ଏପରିକି ବିଭିନ୍ନ ପ୍ରସଙ୍ଗରେ ଜେଡିଏସ ବିଜେପିର ସାଥ ଦେଉଥିବାରୁ ବିଜେପି ସହ ଜେଡିଏସକୁ କଡା ଜବାଵ ଦେବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.