ସିଏସ୍ପି ମାନଙ୍କୁ ସିଏସ୍ପି ପ୍ଲସ୍ ରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗ୍ରାହକ ସେବା କେନ୍ଦ୍ର (ସିଏସ୍ପି) ପରିଚାଳକମାନେ ତାଙ୍କର ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ବୀମା ଯୋଜନା, ମୁଖ୍ୟମନ୍ତ୍ରୀ ମମତା ଯୋଜନା ଭଳି ଅନେକ ଗୁଡିଏ ସରକାରୀ ଯୋଜନାର ଟଙ୍କା ସିଏସ୍ପି କେନ୍ଦ୍ର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଦୀର୍ଘ ୧୦ ବର୍ଷ ହେଲା ଦେଇ ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କର ସେବାକୁ ଅଣଦେଖା କରି ତାଙ୍କୁ ହଟାଇ ରାଜ୍ୟ ସରକାର ସିଏସ୍ପି ପ୍ଲସ୍ ମାଧ୍ୟମରେ ନୂଆ ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତ ମାନଙ୍କରେ ନିଯୁକ୍ତି କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ଯାହା ସିଏସ୍ପି ମାନଙ୍କ ପାଇଁ କ୍ଷତିକାରକ ହେବ । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଏସ୍ପି ମାନେ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରୁଛନ୍ତି କି, ଉକ୍ତ ନିଷ୍ପତ୍ତିକୁ ପରିବର୍ତ୍ତନ କରି ସିଏସ୍ପି ମାନଙ୍କୁ ସିଏସ୍ପି ପ୍ଲସ୍ ରେ ଅନ୍ତର୍ଭୁକ୍ତ କଲେ ସିଏସ୍ପି ମାନଙ୍କ ସହିତ ହିତାଧିକାରୀମାନେ ମଧ୍ୟ ଉପକୃତ ହେବେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସାରା ରାଜ୍ୟରେ ସିଏସପି ମାନଙ୍କ ତରଫରୁ ଆନ୍ଦୋଳନର ସ୍ୱର ଉଠିଛି । ସିଏସପି ମାନଙ୍କୁ ସିଏସପି ପ୍ଲସରେ ଅନ୍ତର୍ଭୁକ୍ତ କରିବା ପାଇଁ ନର୍ଲା ବ୍ଲକର ସିଏସପିମାନେ ଦାବିକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀଙ୍କୁ ମଙ୍ଗଳବାର ଦିନ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନର୍ଲା ସିଏସପି ସଂଘ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଦୁର୍ଗା ମାଧବ ସାହୁ, ଚିନ୍ମୟ ଦାସ, ମାମୁଲି ସାହୁ, ରମେଶ ବାଗ, ଚନ୍ଦନ ସାହୁ, ଗଣେଶ୍ବର ସାହୁ, ସୁବାସ ଚନ୍ଦ୍ର ସାହୁ, ଅଜିତ କୁମାର ସାହୁ, ତେଜରାଜ ସାହୁ, ସୁବୋଧ ମିଶ୍ର, ନରୋତ୍ତମ ପୋଢ଼, ଭୁବନ ରଣା, ସ୍ୱାଗତିକା ମିଶ୍ର, ରଣକା ଛତ୍ରୀଆ, ଟିକି ସାହୁ, ସୁମିତ କୁମାର ସାହୁ, ତହସିଲ ସାହୁଙ୍କ ସମେତ ନର୍ଲା ବ୍ଲକ ଅଞ୍ଚଳରେ ସିଏସପି କେନ୍ଦ୍ର ପରିଚାଳନା କରୁଥିବା ୨୫ ରୁ ଉର୍ଦ୍ଧ୍ବ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।