ଆଉ ଯିବନି ମ୍ୟାଲେରିଆରେ ଜୀବନ; R21 / Matrix-M ଟିକାକୁ WHOର ମଞ୍ଜୁରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଭାରତରେ ନିର୍ମିତ ନୂତନ ଟିକା R21/Matrix-M ଅନ୍ୟ ଟିକା ଠାରୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାରେ ଏହା ବିଶ୍ୱର ଦ୍ୱିତୀୟ ଟିକା ହୋଇଛି ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏସଏଜିଇ ଓ ଏମପିଏଜି ର ଅନୁମୋଦନ ପରେ ଏହି ଟିକାକୁ ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ମିଳିଛି । ପୁଣେ ଭିତ୍ତିକ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ଦିଆଯାଇଛି ଏବଂ କମ୍ପାନୀ ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିସାରିଛି, ଯାହା ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ। ଏ ନେଇ ହୁ ମହାନିର୍ଦ୍ଦେଶକ କହିଛନ୍ତି ଯେ, ମ୍ୟାଲେରିଆ ସହ ଲଢିବା ପାଇଁ ସୁରକ୍ଷିତ ଏବଂ ପ୍ରଭାବୀ ଟୀକା ହାସଲ କରିବା ତାଙ୍କର ସ୍ୱପ୍ନ ରହିଥିଲା । କିନ୍ତୁ ବର୍ତ୍ତମାନ ଆମ ପାଖରେ ୨ଟି ଭ୍ୟାକ୍ସିନ ମହଜୁଦ ରହିଛି । ଭାରତର ସିରମ ଇନଷ୍ଟିଚ୍ୟୁଟ ସାହାଯ୍ୟରେ ଏକ ନୂଆ ଭ୍ୟାକ୍ସିନ ବିକଶିତ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଏହାର ୩ଟି ଲେଖାଏଁ ଡୋଜ ନେବେ ଆକ୍ରାନ୍ତ ।  ଭ୍ୟାକ୍ସିନର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୨-୪ ଡଲାର ବା ୧୬୦-୩୨୦ ଟଙ୍କା ହୋଇପାରେ । ତେବେ ଆସନ୍ତାବର୍ଷ ଏହା ଅନ୍ୟ ଦେଶମାନଙ୍କରେ ମଧ୍ୟ ଉପଲବ୍ଧ ହେବ । ସେପଟେ ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହି ମ୍ୟାଲେରିଆ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଆସୁଛି। ମ୍ୟାଲେରିଆ ମୁକାବିଲା ପାଇଁ ଏହି ଟିକା ଅନୁମୋଦନ ଏକ ମାଇଲଖୁଣ୍ଟ ସଦୃଶ୍ୟ ହେବ । ଏହି ଅନୁମୋଦନ ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଉପରେ ଆଧାରିତ । ଯାହା ଦେଶ ତଥା ବିଶ୍ବରେ ମ୍ୟାଲେରିଆ ମୃତ୍ୟୁକୁ ରୋକିପାରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.