ରାସ୍ତାକଡ଼ରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର, ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଆଜି ଭୋର ସକାଳୁ ୨୬ ଜାତୀୟ ରାଜପଥ ସଇଁତଲା ସ୍ଥିତ ନୁଆଁବନ୍ଦ ଠାରେ ଜଣେ ବ୍ୟକ୍ତି ଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ରାସ୍ତାକଡ଼ରୁ ସଇଁତଲା ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ଆମ୍ବପାଲି ଗାଁର ସରୋଜ ଗହୀର (୪୦) ବୋଲି ଜଣାପଡିଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଖବର ପାଇଁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ଏସଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ, ଏଏସଆଇ ଲକ୍ଷଣ ମହାନ୍ତି ଓ ଅରକ୍ଷିତ ନାୟକ ଏବଂ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରୁଛନ୍ତି l ତେବେ ଏହା ହତ୍ୟା ନା ଦୁର୍ଘଟଣା କାରଣ ଖୋଜୁଛି ପୋଲିସ l ଅନ୍ୟପଟେ  ସରୋଜ ଙ୍କୁ କେହି କାହିଁକି ହତ୍ୟା କରିଛି ନା ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ଜଣାପଡୁ ନ ଥିବାବେଳେ ପୋଲିସ ତଦନ୍ତ ଜାରୀ ରଖିଛି l ଏ ନେଇ ଥାନା କେଶ ନଂ ୨୫୮/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀରକୁ ପଠାଯାଇଛି l ଏ ନେଇ ଆଇଆଇସି ଅବନୀ ସାହୁଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଥିଲେ l ପ୍ରକାଶ ଯେ, ଆମ୍ବପାଲି ଗାଁର ଦଲେଇ ଗହୀରଙ୍କ ପୁଅ ସରୋଜ ବେଙ୍ଗଲୋରରେ କାମ କରୁଥିଲେ l ସେ ଗତ ୧ ତାରିଖ ଦିନ ଟ୍ରେନ ଯୋଗେ ବାହାରି କେସିଙ୍ଗା ପହଂଚିବା ପରେ ସଇଁତଲାକୁ ସନ୍ଧ୍ୟାରେ ପହଂଚି ଘରକୁ ନ ଯାଇ ନଥିଲା ବୋଲି ପରିବାର ଲୋକେ କହିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.