ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଘେରିବ ନୂଆପଡା ବ୍ଲକ ଅଫିସ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଳ୍ପ ଦିନ ମଧ୍ୟରେ ନୂଆପଡା ବ୍ଲକ ଅଫିସ ଘେରାଉ କରାଯିବାକୁ ସ୍ଥିର କରାଯାଇଛି। ଏ ନେଇ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ ସୂଚନା ପ୍ରଦାନ କରିଛନ୍ତି।  ନୂଆପଡା ବ୍ଲକ କାର୍ଯ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଯଥା ଜନପ୍ରତିନିଧିଙ୍କୁ ଅଣଦେଖା, ବିଭିନ୍ନ ସରକାରୀ ଯୋଜନାର ପାଣ୍ଠିକୁ ଆତ୍ମସାତ, ପଂଚାୟତ ସମିତି ଅଧକ୍ଷାଙ୍କ ମନମାନୀ, ସହକାରୀ ଜେଇଙ୍କ ମନମାନୀ ସହ ସରକାରୀ ପାଣ୍ଠିକୁ ଆତ୍ମସାତ, ସାମାଜିକ କର୍ମୀଙ୍କୁ ଅସମ୍ମାନ, ନୂଆପଡା ବ୍ଲକ ସ୍ଥିତ ଆଦିବାସୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସବୁବେଳେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ି ଆସିଛି ଓ ସବୁବେଳେ ଲଢୁ ଥିବ ବୋଲି ଶ୍ରୀ ଧରୁଆ ପ୍ରକାଶ କରିଛନ୍ତି। ତେବେ ନୂଆପଡା ବ୍ଲକରେ ହେଉଥିବା ଏପରି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କିପରି ଭୂମିକା ଗ୍ରହଣ କରିବ ତାହା ଉପରେ ଜନସାଧାରଣଙ୍କ ନଜର ରହିଥିବା ବେଳେ ଏଭଳି ବିଭିନ୍ନ ସମସ୍ୟା ପାଇଁ ଯୋଗ୍ୟ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.