ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ଠାରେ ଏକ ଗ୍ରୋସରୀ ବିତରଣ ଗ୍ରାହକ କେନ୍ଦ୍ରର  ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଗ୍ରୋସରୀ ବିତରଣ ଗ୍ରାହକ କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃର ଅତିରିକ୍ତ ସିଇଓ ଟୁନା ସେଠୀ, ଡ଼ିଏମ ଯୋଗେନ୍ଦ୍ର ସେଠୀ, ଡ଼ିଏଏମ ସାରଥୀ ନାୟକ, ଖଲ୍ଲିକୋଟ ବିଏମ ସଞ୍ଜୟ ସ୍ବାଇଁ, କବିସୂର୍ଯ୍ୟ ନଗର ବିଏମ ଚନ୍ଦନ ସ୍ବାଇଁ, ବିଏଏମ ପ୍ରଭାକର ଜେନାଙ୍କ ସହ ବ୍ଲକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ଏବଂ ପୁରୁଷୋତ୍ତମପୁର ଏନଏସି ଓ ପଞ୍ଚାୟତର ସମସ୍ତ ଏବିଏମ, ପିଇଓ, ଏଫିଓ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଏହାସହ ପ୍ରଥମେ ଡିଲର କେନ୍ଦ୍ରର ମୁଖ୍ୟ କିଶୋର ଚନ୍ଦ୍ର ପଣ୍ଡା, ଅଭିଜ୍ଞ ପୁରୋହିତ କାହ୍ନୁ ଚରଣ ଦାଶଙ୍କ ଦ୍ୱାରା ପୁଜା କର୍ମ କରାଇଥିଲେ। ଏହି ଏସ ଏସ କେନ୍ଦ୍ର ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଏହି କେନ୍ଦ୍ର ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ଏହି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ନାମୀ ଦାମୀ କମ୍ପାନୀର ସାମଗ୍ରୀ ୧୦ରୁ ୧୫ ପ୍ରତିଶତ ଡ଼ିସକାଉଣ୍ଟରେ ପାଇ ପାରିବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କେନ୍ଦ୍ରରେ କେବଳ ଗ୍ରୋସରୀ ସାମାନ ମିଳିବ କିନ୍ତୁ, ଆଗାମୀ ଦିନରେ ଏହି ଏସଏସ କମ୍ପାନୀର ଇଲେକ୍ଟ୍ରି, ଫରନୀଚର, ପ୍ଲାମ୍ବର, ସହିତ ଅନ୍ୟନ୍ୟ ସାମଗ୍ରୀ ମଧ୍ୟ ଅନ୍ୟ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ରିହାତି ଦରରେ ଯୋଗଇ ଦିଆଯିବ ବୋଲି କମ୍ପାନୀର ଡ଼ିଏଏମ ଯୋଗୀନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଏହି ଡିଲର କେନ୍ଦ୍ର ବିଶ୍ୱ ମୋହନ ପଣ୍ଡାଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.