ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନରେ ମକର ପର୍ବ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନରେ ମକର ପର୍ବ ପାଳିତ ହୋଇଯାଇଛି। ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପଣ୍ଡିତ ଶିକ୍ଷକ ସନ୍ତୋଷ କୁମାର ଚର୍ଚ୍ଚି ଏବଂ ସ୍ଥାନୀୟ ପ୍ରବଚକ ତଥା ବଟେଶ୍ୱର ଉଚ୍ଚ ବିଦ୍ୟାଳୟର ପଣ୍ଡିତ ସୂର୍ଯ୍ୟ ନାରାୟଣ ସାହୁ  ଉପସ୍ଥିତ ହୋଇ ଜୀବନର ମୂଲ୍ୟବୋଧ, ନୈତିକ ଦିନଚର୍ଯ୍ୟା ଓ ମକରର ମାହାତ୍ମ୍ୟ ବିଷୟରେ ଆଲୋକ ପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ନଗରରେ ମକର ପ୍ରସାଦ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଶେଷରେ ଉଦ୍ୟୋକ୍ତା ଶ୍ରୀମାନ ରାମ ଗୁରୁଜୀ ସମସ୍ତ ଅଥିତି ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ଼ ଶିକ୍ଷକ ଶିକ୍ଷୟତ୍ରୀ ମକର ପ୍ରସାଦ ସେବନ କରି ଖୁସି ମନାଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.