ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମ ଖେଳପଡ଼ିଆରେ ଜୟ ଲାନ୍ତବୁଢା ଫୁଟବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି | କ୍ଲବ ସଭାପତି ମଦନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଗାଁର ଵୟୋଜ୍ୟେଷ୍ଠ ବ୍ୟକ୍ତି ମଙ୍ଗଳୁ ସଲତର, ସାଧୁ ବସ୍ତିଆ, ଦୟାନିଧି ବାଗ, ୱାର୍ଡ ସଭ୍ୟ ମଧୁ କରନ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ସମ୍ପାଦକ ରାହୁଲ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ | ଅନୁଷ୍ଠିତ ପ୍ରଥମ ମ୍ୟାଚରେ କୌଣସି ଦଳ ଗୋଲ ଦେବାରେ ଅକ୍ଷମ ହେବାରୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା | ଏଥିରେ ଖର୍ସେଲବାଞ୍ଜିକୁ ୧-୦ ଗୋଲରେ ହରାଇ ନାରିକଟା ବିଜୟୀ ହୋଇଥିଲା | ଦ୍ଵିତୀୟ ମ୍ୟାଚରେ ଅନ୍ତର୍ଲା ଦଳକୁ ୨-୦ ଗୋଲରେ ପରାଜିତ କରି ନାରିକଟା ଦଳ ବିଜୟୀ ହୋଇଥିଲା | ଅକ୍ଷୟ ମାଝୀ, ମକରନ୍ଦ ମାଝୀ, ଗଣେଶ ବାବୁ ଖେଳ ପରିଚାଳନା କରିଥିଲେ | ଜିତେନ୍ଦ୍ର ଧରୁଆ ଧାରା ବିବରଣୀ ପ୍ରଦାନ କରିଥିଲେ | ଏକାଦଶୀ ବାଗ, ଅରବିନ୍ଦ ବାଗ, ଅରୁଣ ବସ୍ତିଆ, ଭୁବନ ବସ୍ତିଆ, ଦୟା ସଲତର, ସୁଶାନ୍ତ ମଲ୍ଲିକ, ଅଶୋକ ବସ୍ତିଆ, ବ୍ରଜରାଜ ସଲତର, ଅମର ବସ୍ତିଆ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |