ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି):
ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ସାହିତ୍ଯ ଅକାଦେମି ର ମିଳିତ ଆନୁକୂଲ୍ୟରେ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଐତିହାସିକ, ସାହିତ୍ୟିକ ଓ ବିଶିଷ୍ଟ ଶିକ୍ଷାବିତ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମନ୍ମଥନାଥ ଦାସଙ୍କ ବୋହୂ ରଞ୍ଜିତା ଦାସ ଯୋଗଦେଇ, ଫକୀରମୋହନ ବିଶ୍ବବିଦ୍ୟାଳୟ ତଥା ସାହିତ୍ଯ ଅକାଦେମି ର ମିଳିତ ପ୍ରୟାସ କୁ ଧନ୍ୟବାଦ ଜ୍ଞାପନ ସହ ମନ୍ମଥନାଥ ଦାସଙ୍କ ପ୍ରତି ଏହି ସମ୍ମାନସ୍ପଦ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଭାବାବେଗ ସହ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସଭାମୂଖ୍ୟ ରୂପେ ସାହିତ୍ଯ ଅକାଦେମୀ ର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ଯୋଗଦେଇ ମନ୍ମଥନାଥଙ୍କ ରଚିତ ପୁସ୍ତକ ଗୁଡିକ ଉପରେ ଆଲୋକପାତ କରିଥିଲେ। ଐତିହାସିକ ଭାବେ ତାଙ୍କ ଜୀବନୀ, ଦର୍ଶନ ଓ ସାହିତ୍ଯ ସାଧନାର ଉଦାହରଣ ଓ ସ୍ବ-ଅନୁଭୂତି ଗୁଡ଼ିକୁ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ। ଏହାସହିତ ମୁଖ୍ଯବକ୍ତା ଭାବେ ବିଶିଷ୍ଟ ଐତିହାସିକ ଖାରବେଳ ମହାନ୍ତି ଯୋଗଦେଇ ମନ୍ମଥନାଥ ଦାସଙ୍କ ସଂପର୍କିତ ଅନେକ ମୂଲ୍ୟବାନ ସଂଯୋଗିକ ପ୍ରସଙ୍ଗମାନ ଉପସ୍ଥାପନ କରିଥିଲେ। ସେ ମନ୍ମଥନାଥଙ୍କୁ ଏକାଧାରରେ ଜଣେ ଶିକ୍ଷକ, ସାହିତ୍ଯିକ, ମାନବବାଦୀ ଐତିହାସିକ ବୋଲି ସମ୍ବୋଧନ କରିଥିଲେ।
ବିଶ୍ବ ଇତିହାସ ପୃଷ୍ଠାରେ ମନ୍ମଥନାଥଙ୍କ ଅବଦାନକୁ ସେ ଅତ୍ୟନ୍ତ ଗଭୀର ଓ ତତ୍ତ୍ବସଂପର୍ଣ ଭାବେ ବ୍ୟାଖ୍ୟା କରିଥିଲେ। ଉତ୍ତମ ସାହିତ୍ଯ ବିନା, ଉଚ୍ଚକୋଟୀର ଇତିହାସ ଲେଖାଯାଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ମନ୍ମଥନାଥଙ୍କୁ ରାଜ୍ଯ, ଦେଶ ତଥା ବିଶ୍ଵର ଜଣେ ଯୋଗଜନ୍ମା ପୁରୁଷ କହି ସମ୍ବୋଧନ କରିବା ସହ ସେ ଶୈଖିକ ଜଗତର ଜଣେ ସୂର୍ଯ୍ୟୋଦୟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ମନ୍ମଥନାଥ ଜଣେ ସ୍ବାଭିମାନୀ ତଥା ନିର୍ଭୀକ ଆଦର୍ଶର ପ୍ରତିବିମ୍ବ ସଦୃଶ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ଦୁଇଟି ବୈଷୟିକ ଅଧିବେଶନରେ ଦାଶ ବେନହୁର, ଅଭିରାମ ବିଶ୍ବାଳ, ରୁଦ୍ରାଣୀ ମହାନ୍ତି , ସହଦେବ ସାହୁ, ଅଶୋକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରହଲ୍ଲାଦ ସିଂହ ପ୍ରମୁଖ ଯୋଗଦେଇ ମନ୍ମଥନାଥଙ୍କ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ସାହିତ୍ଯ ଅକାଦେମି- କୋଲକାତା ର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ଉପସ୍ଥିତ ହୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସଂଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ ବିଶ୍ୱବିଦ୍ୟାଳୟ ପରିସରରେ ସାହିତ୍ଯ ଅକାଦେମି ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକର ପ୍ରଦର୍ଶନ ସହ ବିକ୍ରୟର ମଧ୍ଯ ଆୟୋଜନ କରାଯାଇଥିଲା। ବୈଷୟିକ ଅଧିବେଶନରେ ଶେଷରେ, ଭାଷା ଓ ସାହିତ୍ଯ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ଦାସ ଓ ଡ଼କ୍ଟର ପ୍ରହ୍ଲାଦ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.