ସାରଙ୍ଗ ଗଡ ଥାନା ପକ୍ଷରୁ ଗଞ୍ଜେଇ ଜବତ, ଦୁଇ ଆସାମୀ ଗିରଫ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅର୍ନ୍ତଗତ ସାରଙ୍ଗ ଗଡ ଥାନା ପୋଲିସ୍ ପକ୍ଷରୁ ଦାସିଗୁଡା ଅଞ୍ଚଳରେ ପେଟ୍ରୋଲିଂ ଓ ଯାନବାହାନ ଯାଞ୍ଚ ବେଳେ ୨୨ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ କରି ଦୁଇ ଜଣ ଆସାମୀଙ୍କୁ ଗିରଫ କରିଛି। ସାରଙ୍ଗ ଗଡ଼ ପୋଲିସ ଉକ୍ତ ଗଞ୍ଜେଇ ଚାଲାଣକାରୀ ଦ୍ଵୟ ବାଲେଶ୍ଵର ଅଞ୍ଚଳର ୫୪ ବର୍ଷର ରବିନ୍ଦ୍ର ରଣା ଓ ୩୭ ବର୍ଷର କୈଳାସ ମହାରଣା ବସ୍ ଯୋଗେ ଭୁବନେଶ୍ଵରକୁ ଗଂଜେଇ ଧରି ଚାଲାଣ କରୁଥିବା ବେଳେ ପୋଲିସ ସନ୍ଦେହରେ ତନଖି କରି ଗଞ୍ଜେଇ ନେଉ ଥିବା ଜାଣି ଉଭୟଙ୍କୁ ଗିରଫ କରି ଥିଲେ।ପରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଜବତ କରି ଥାନା କେସ ନଂ ୭୮/୨୫ ଋଜୁ କରିବା ସହିତ ଅବକାରୀ ଦଫାରେ ଚାଲାଣକାରୀ ଦୁଇ ଜଣଙ୍କୁ ଏସଆଇ ବାସୁଦେବ ସାହୁ ଗିରଫ କରି ଥିବା ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.