ମଦନପୁର ରାମପୁର ବ୍ଲକରେ ବାଲ୍ୟ ବିବାହ ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଶିବ ମନ୍ଦିର ଠାରେ ଶକ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସୁଜିତ ବାବୁଙ୍କ ନେତୃତ୍ୱରେ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସ୍ଥାନୀୟ ଶିବ ମନ୍ଦିରର ପୂଜକ ପିତାମ୍ବର ତ୍ରିପାଠୀ ଓ ତୁଜଙ୍ଗ ମା ତାରିଣୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଅବସର ପ୍ରାପ୍ତ କୃଷି ଅଧିକାରୀ ବୃନ୍ଦାବନ ନାଗ ମଞ୍ଚାସୀନ ହୋଇ ବାଲ୍ୟ ବିବାହ କଣ, ତାର ନିରାକରଣ ଓ ଆଇନ ପ୍ରାବଧାନ ବିଷୟରେ ଆଲୋଚନା କରିଥିଲେ। ଭାରତ ସରକାର ତଥା ଆଇନ ବ୍ୟବସ୍ଥା ଓ ସଚେତନ ନାଗରିକର ଦାୟିତ୍ଵ ଓ ଭୂମିକା ଉପରେ ଆୟୋଜକ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ଉପସ୍ଥାପନ କରିଥିଲେ। ବାଲ୍ୟ ବିବାହ ନିରାକରଣ ପାଇଁ ଶପଥ ପାଠ କରିଥିଲେ ଉପସ୍ଥିତ ଜନସାଧାରଣ। ଏହି କର୍ମଶାଳାରେ ଅଞ୍ଚଳର ବିଭିନ୍ନ ମନ୍ଦିର ପୂଜକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଭଳି ସମୁଦାୟ ୩୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇଥିଲେ। ଶକ୍ତି ଅନୁଷ୍ଠାନର ବ୍ଲକ ସଂଯୋଜକ ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.