କେନ୍ଦୁଉଡ଼ାର ଗାଁରେ ୫୧ତମ ସାର୍ବଜନୀନ ଦୁର୍ଗାପୂଜା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁରେ ୫୧ତମ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି | ଏଥିରେ ମହେନ୍ଦ୍ର ମାଝୀ ଓ ନିତୁ ମାଝୀ କର୍ତ୍ତା ଏବଂ ବିଶ୍ୱରଞ୍ଜନ ଆଚାର୍ଯ୍ୟ ପୂଜକ ଦାୟିତ୍ୱ ତୁଲାଇଥିଲେ | ରଘୁନାଥ ଶତପଥି (ବଲାଙ୍ଗିର) ଚଣ୍ଡି ସ୍ତୋତ୍ର ପାଠ କରିଥିଲେ | ଆୟୋଜକ କମିଟି ସଭାପତି ସଞ୍ଜୟ ବଗର୍ତ୍ତୀ, ଉପସଭାପତି ସରୋଜ ମିର୍ଦ୍ଧା, ସମ୍ପାଦକ ସଦାନନ୍ଦ ବାଗ, ସହସମ୍ପାଦକ ଜୟନ୍ତ ନାଏକ, ଉପଦେଷ୍ଟା ମାଟୁ ବଗର୍ତ୍ତୀ, ହରିଶ୍ଚନ୍ଦ୍ର ବଗର୍ତ୍ତୀ, ପୁରୁଷୋତ୍ତମ ନିଆଲ, ସୁରେନ୍ଦ୍ର ମାଝୀ, ବିଜୟ ପ୍ରଧାନୀ, ତେଜଲାଲ ନାଏକ, ଯୁଗଲାଲ ଭୋଇ, ଭିକାରି ଘିଭେଲା, ଜୟସିଂ ମାଝୀ, ଭାଗିରଥି ଭୋଇ, ବିଶ୍ୱନାଥ ବଗର୍ତ୍ତୀ, ଜ୍ଞାନେଶ୍ଵର ପ୍ରଧାନୀ, ବିଭୁତିଭୂଷଣ ପ୍ରଧାନୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଥିଲା | ନୀଳାମ୍ବର ପ୍ରଧାନୀ, ପ୍ରକାଶ ବଗର୍ତ୍ତୀ, ମାଣିକ୍ୟ ଭୋଇ, ଗୌତମ ମହାକୁର, ଭୋଦେବ ବଚ୍ଛା, ନୀଳମଣି ବଗର୍ତ୍ତୀ, ଜଳନ୍ଧର ମାଝୀ, ଭୂପେନ୍ଦ୍ର ବାଗ, ସର୍ଜନ ମିର୍ଦ୍ଧା, ସୁବ୍ରତ ପ୍ରଧାନୀ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.