ଗ୍ରାମ୍ୟ ଉନ୍ନୟନ ଅଣୁ ଯୋଜନା ପୁସ୍ତିକା ଉନ୍ମୋଚିତ 

ଓଡ଼ିଆ ବାର୍ତ୍ତା/ କାଶୀପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ WHH ଜଳଛାୟା ସହାୟତା ସେବା ଏବଂ କାର୍ଯ୍ୟକଳାପ ନେଟୱାର୍କ (WASSAN) ଆନୁକୂଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗ୍ରାମ୍ୟ ଉନ୍ନୟନ ଅଣୁ ଯୋଜନା ପ୍ରସ୍ତୁତି ପୁସ୍ତିକା ରାୟଗଡ଼ା ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ବତୀ ମାଝୀଙ୍କ କରକୋମଳରେ ପୁସ୍ତିକାଟିକୁ ଉନ୍ମୋଚନ କରାଯାଇଥିଲା | କୃଷି ଓ କୃଷକଙ୍କ ସାମୁହିକ ବିକାଶ ନିମନ୍ତେ,ଗ୍ରାମ ପଞ୍ଚାୟତର ପ୍ରାକୃତିକ ସମ୍ବଳ ବିକାଶ ଓ ସୁପରିଚାଳନା ନିମନ୍ତେ ଏହି ପୁସ୍ତିକାଟିକୁ ଡବ୍ଲୁଏଚଏଚ ସହାୟତାରେ ଜଳଛାୟା ସହାୟତା ସେବା ଏବଂ କାର୍ଯ୍ୟକଳାପ ନେଟୱାର୍କ (WASSAN) ସଂସ୍ଥା ଦ୍ୱାରା ପ୍ରସ୍ତୁତି କରାଯାଇଛି | ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ କାମକରୁଥିବା ପଞ୍ଚାୟତୀ ରାଜ ସଦସ୍ୟ ସଦସ୍ୟା,ସରକାରୀ ଓ ବେସରକାରୀ କର୍ମଚାରୀ ଓ କୃଷକମାନଙ୍କୁ ଏହି ପୁସ୍ତିକା ଗ୍ରାମାଞ୍ଚଳର ଅଣୁ ଯୋଜନା, ଗ୍ରାମ ଓ ଗ୍ରାମବାସୀଙ୍କ ବିକାଶ ନୀତି ପ୍ରସ୍ତୁତି କରିବାରେ ସହାୟକ ହୋଇପାରିବ ବୋଲି ଅଧ୍ୟକ୍ଷା କୁମାରୀ ସରସ୍ବତୀ ମାଝୀ କହିଥିଲେ |
ପୁସ୍ତିକାର ଲକ୍ଷ୍ୟ ଓ ଉଦେଶ୍ୟ ଗ୍ରାମାଞ୍ଚଳରେ ଅଣୁ ଯୋଜନା କିପରି ପ୍ରସ୍ତୁତି କରାଯାଇପାରିବ,ପାରମ୍ପରିକ ଖାଦ୍ୟ ଓ ପ୍ରାକୃତି ତଥା ସମ୍ମନିତ ଏବଂ ବିଲୁପ୍ତ ହେଉଥିବା କୃଷିକୁ କିପରି ସୁଦୃଢ କରାଯାଇପାରିବ ସେ ଉପରେ ସରଳ ଓ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି । ମୁଖ୍ୟତଃ ଏହି ପୁସ୍ତକା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କ ଅର୍ଥନୀତିର ବିକାଶ, ବିଲୁପ୍ତ ହେଉଥିବା ସମ୍ମନିତ ଓ ପାରମ୍ପାରିକ କୃଷିର ଉନ୍ନତି ହେବା ସହ କେମିତି ବଜାୟ ରହିବ,ଲୋକେ ଜୈବିକ ଖତସାର କିପରି ପ୍ରୟୋଗ କରି କୃଷିର ବିକାଶ କରିପାରିବେ,ଓଡ଼ିଶାର ବିଭିନ୍ନ ତୃଣମୂଳ ସ୍ଥଳରେ ବସବାସ କରୁଥିବା ଗ୍ରାମୀଣ ବାସିନ୍ଦା ମାନଙ୍କର ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ଏହି ଯୋଜନାକୁ ଚାଷୀଙ୍କ ମାହଲରେ ଅତ୍ୟନ୍ତ ପ୍ରଶଂସା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.