ବରିଷ୍ଠ ସାମ୍ବାଦିକ ପ୍ରଭାକର ପଟ୍ଟନାୟକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସାମ୍ବାଦିକଙ୍କ ହକ୍ ଲଢେଇର ଜଣେ ଅଗ୍ରଣୀ ନେତା ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ)ର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଅଛି। ଜୟପାଟଣା ବ୍ଲକ ଅଞ୍ଚଳରେ ସେ ଜଣେ ଦକ୍ଷ ସଙ୍ଗଠକ, ସମାଜସେବୀ, ମିଷ୍ଟଭାଷୀ, ପରୋପକାରୀ, ବରିଷ୍ଠ ସାମ୍ବାଦିକ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ବିୟୋଗରେ ଜୟପାଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଅଛି। ପ୍ରଭାକର ପଟ୍ଟନାୟକଙ୍କ ଅକାଳ ବିୟୋଗରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ), ଜୟପାଟଣା ବ୍ଲକ ତଥା ଜିଲ୍ଲାର ଅନେକ ସାମ୍ବାଦିକଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.