ରାସ୍ତାକଡ଼ରେ ଥିବା ଅଚଳ ଟ୍ରକକୁ ପିଟିଲା ଟ୍ରଲର, ଡ୍ରାଇଭର ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାସ୍ତାକଡ଼ରେ ଅଚଳ ହୋଇ ପଡିଥିବା ଏକ ଟ୍ରକକୁ ଏକ ଟ୍ରଲର ଡାହାଣପଟୁ ଜୋରରେ ଧକ୍କା ଦେବାରୁ ଅଚଳ ଟ୍ରକରେ ବସିଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ବଲାଙ୍ଗୀର ଜିଲ୍ଲା ଗୋହିରାମୁଣ୍ଡାର ବାରୁକା ଧରୁଆ ବୋଲି ଜଣାପଡିଛି। ସେ ଖରିଆର ରୋଡ଼ରୁ ଏକ ଚାଉଳ ବୋଝେଇ ଟ୍ରକ ନେଇ ଯାଉଥିବାବେଳେ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି ଛକ ନିକଟରେ ଅଚଳ ହୋଇପଡ଼ିଥିଲା, ଏବଂ ଡ୍ରାଇଭର ଜଣକ ସେଥିରେ ବସି ରହିଥିଲେ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକରେ ବସିଥିବା ଡ୍ରାଇଭର ଜଣଙ୍କ ଦେହ ସମ୍ପୂର୍ଣ୍ଣ ଭାବେ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରଲରଟି ଓଲଟି ପଡ଼ିଥିବାବେଳେ ଡ୍ରାଇଭର ଫେରାର ମାରିଥିଲା। ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବେଶ କିଛି ସମୟ ଯାଏଁ ରାସ୍ତା ଅବରୋଧ ହୋଇଥିଲା। ଏହାପରେ ପୁଲିସ ଉପସ୍ଥିତିରେ ଖଣ୍ଡ ବିଖଣ୍ଡିତ ଶବ ଜବତ କରିବା ସହିତ ଭବାନୀପାଟଣାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ନର୍ଲା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.