ଧର୍ମଗଡ଼ ଓବିସି ମଞ୍ଚର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ବ୍ରାହ୍ମଣଛେଣ୍ଡିଆ ଠାରେ ଧର୍ମଗଡ଼ ଓବିସି ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଦୁର୍ଗା ପ୍ରସାଦ ନାଏକ,ବିଶିଷ୍ଟ ଅତିଥି ଭାବେ ଓବିସି ମଞ୍ଚ ଜିଲ୍ଲା ସଂପାଦକ ହିମାଂଶୁ ବରାଡ଼, ଶିକ୍ଷାବିତ ତଥା ମାଳି ସମାଜ କୁଳପତି ପ୍ରକାଶ ବଣିଆ, ଜିଲ୍ଲା ଓବିସି ମଞ୍ଚ କୋଷାଧ୍ୟକ୍ଷ ଡିକଚନ ସାହୁ, ଉପ ସଭାପତି ବେଣୁଧର ନାଏକ, ପ୍ରେମଲାଲ ନାଏକ, ପ୍ରମୋଦ ହଂସ, ଜିଲ୍ଲାପରିଷଦ ସଦସ୍ୟ ପ୍ରଣବ ଭଇଁସାଲ, ଆଇନଜୀବୀ କୁବେର ସାହୁ, ଶିକ୍ଷାବିତ ଗିରିଧାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟତଃ ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ। ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ। ଓବିସି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା। ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଆଲୋଚନା ହୋଇଥିଲା। ଏହି ଅବସରରେ ଧର୍ମଗଡ଼ ଓବିସି ମଞ୍ଚ କମିଟି ଗଠିତ ହୋଇଥିଲା। ଧର୍ମଗଡ ବ୍ଲକ ଓବିସି ମଞ୍ଚ ସଭାପତି ଭାବେ ପ୍ରମୋଦ ହଂସ, କାର୍ଯ୍ୟକାରୀ ସଭାପତି ଉଦିତ ନାଏକ, ଉପ ସଭାପତି ବସନ୍ତ ସାହୁ, କାଞ୍ଚନମାଳା ଗୋପାଳ, ସମ୍ପାଦକ ଏକାଦଶୀ ଗୋପାଳ, ସହ ସମ୍ପାଦକ ସନ୍ତୋଷ କୁମାର ଭୋଇ, କୋଷାଧ୍ୟକ୍ଷ ଘନ ଭାଟି, ଯୁବ ସଭାପତି ଭାବେ ପ୍ରଣବ ପ୍ରକାଶ ଭଏସାଲ, କାର୍ଯ୍ୟକାରୀ ସଭାପତି ଭାବେ ରତନ ନାଏକ, ସମ୍ପାଦକ ସୁଧୀର ଗୋପାଳ, ସାଂଗଠାନିକ ସମ୍ପାଦକ ଲବଣୀ ଯାଦବ ପ୍ରମୁଖ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ଓବିସି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଲ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.