ବଲାଙ୍ଗୀର ପୌରାଞ୍ଚଳ ଯାଦବ ମହାସଭାର ନୂଆଁଖାଇ ଭେଟଘାଟ-୨୦୨୫ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ଗୋକୁଳା ନନ୍ଦ ବଗର୍ତ୍ତୀ): ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂଜକ ଟିକେ ଜାଲ ମାଁ ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀ କୃଷ୍ଣ ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ। ପରେ ପୌରାଞ୍ଚଳ ଯାଦବ ମହାସଭାର ସଭାପତି ସନ୍ଦୀପ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯାଦବ ମହାସଭାର ବଲାଙ୍ଗୀର ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ମାଁ ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।‌ ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ବାଗ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ସେଲମା, ଜିଲ୍ଲା ସଂପାଦକ ଖୁସିରାମ ଦୀପ, ଜିଲ୍ଲା ସହ ସଂପାଦକ ଦେବେନ୍ଦ୍ର ହାତୀ, ମୁନିରାମ ନାଗ, ଜିଲ୍ଲା ସଭାନେତ୍ରୀ ମୃଣ୍ମୟୀ ଭୋଇ, ପୌରାଞ୍ଚଳ ଉପ ସଭାପତି ସରୋଜ କୁମାର ଗହୀର, ପୌରାଞ୍ଚଳ କୋଷାଧ୍ୟକ୍ଷ ବାସୁଦେବ ନାଗ, ବଲାଙ୍ଗିର ସଦର ବ୍ଲକ ସଭାପତି ଗୋଲାପ ବାଗ, ବେଲପଡା ବ୍ଲକ ସଭାପତି ଗୋକୁଳ ଖର୍ଷେଲ, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ପୁଇଁନ୍ତଲା ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ସଇଁନ୍ତଲା ବ୍ଲକ ସଭାପତି ମନୋହର ବାଗ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ମୁନା ଗୌଡ଼ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ମୁଖ୍ୟ ଅତିଥି ଶ୍ରୀ ବାଗ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.