୫ ବର୍ଷର ଶିଶୁର ମୁଣ୍ଡକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜୋବା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଯୋବା ଗାଁର ବିଙ୍ଗରି ମାଝୀ (୩୭) ଜଣେ ୫ ବର୍ଷର ଶିଶୁ ଚନ୍ଦନ ମାଝୀକୁ ରବିବାର ଦିନ ଦ୍ୱିପ୍ରହରେ ମୁଣ୍ଡରେ ପଥର ଛେଚି ହତ୍ୟା ଅଭିଯୋଗରେ ଗିରଫ କରିଛି ବିଶ୍ଵନାଥପୁର ପୁଲିସ। ସୂଚନାନୁସାରେ ମୃତ ଚନ୍ଦନର ବାପା ସୁଦର ମାଝୀ ଓ ମାଁ ସନୁ ମାଝୀ ପୋଡ଼ସୀ ଗାଁକୁ ଏକ ଦଶାହ କାର୍ଯ୍ୟରେ ଯାଇଥିଲେ। ହେଲେ ଏପଟେ ବିଙ୍ଗରି ମାଝୀ ଚନ୍ଦନକୁ ବିସ୍କୁଟ କିଣିଦେବି କହି ଦୋକାନକୁ ଡ଼ାକିନେଇଥିଲା ଓ ଆସିବା ବାଟରେ କୌଣସି କାରଣରୁ ଚନ୍ଦନର ମୁଣ୍ଡରେ ପ୍ରଥମେ ଛୋଟ ପଥର ଟେକା ମାରିଥିଲା ଯାହାଫଳରେ ଚନ୍ଦନର ମୁଣ୍ଡଫାଟି ରକ୍ତାତ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଯାଇଥିଲା। ଚନ୍ଦନ କାଳେ ଚେତା ପାଇ ତାର ପରିବାରକୁ ସବୁ କଥା ଜଣେଇ ଦେବ ବୋଲି ପୁଣି କାଠ ଫାଳରେ ଆକ୍ରମଣ କରିଥିଲା ଓ ପରେ ମୁଣ୍ଡରେ ପଥର ଛେଚି ଦେବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତା କଡରେ ପଡିରହିଥିଲା। ପରେ ଚନ୍ଦନର ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଚେତାଶୂନ୍ୟ ଅବସ୍ଥାରେ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ନେଇଁଥିବା ବେଳେ ଅତ୍ୟନ୍ତ ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିବାବେଳେ ବାଟରେ ଚନ୍ଦନର ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ପରିବାର ପକ୍ଷରୁ ବିଶ୍ୱନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ନେତୃତ୍ୱରେ ପୋଲିସ ବଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଅପରପକ୍ଷରେ ଗିରଫ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚୁରା କରିବା ପରେ ଅଭିଯୁକ୍ତ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଲାଞ୍ଜିଗଡ଼ ଠାରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏନେଇ ବିଶ୍ୱନାଥପୁରା ଥାନା କେଶ ନଂ ୬୩/୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବିଙ୍ଗରି ମାଝୀକୁ ସୋମବାର କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁରା ଥାନାଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.