ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବସଷ୍ଟାଣ୍ଡ ନିକଟରେ ସ୍ଥାନୀୟ ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜିତ ହୋଇଛି ଗଜଲକ୍ଷ୍ମୀ ପୂଜା। ଏହି ପୂଜା ବିଗତ ପାଞ୍ଚ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି। ମଙ୍ଗଳବାର ସନ୍ଧ୍ୟାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଏହି ପୂଜା ମଣ୍ଡପକୁ ଆସି ଦେବୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ବୁଧବାର ସକାଳେ ଏହି ପୂଜାର ପୂର୍ଣ୍ଣାହୂତି ପଡ଼ିବା ସହ ଅପରାହ୍ନରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ତେବେ ମାଁ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିବା ସହିତ ନିର୍ବାଚନ ମଣ୍ଡଳୀବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ବିଧାୟିକା ଶ୍ରୀମତୀ ମହାନ୍ତି।