ଶ୍ରମଦାନ କରି ଗାଁ ରାସ୍ତା ମରାମତି କଲେ ବିନାୟକ ୟୁଥ୍ କ୍ଲବ ସଦସ୍ୟ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ବ୍ଲକ ଅଧିନସ୍ତ ମୁଡିଙ୍ଗ ଗ୍ରାମ ପଞ୍ଚାୟତର ପାକେଲପଡା ଏକ ଛୋଟ ଗାଁ। ପାକେଲପଡା ଗାଁରୁ ଗ୍ରାମ ପଞ୍ଚାୟତ ଅଫିସକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିରହିଛି। ବର୍ଷା ଦିନେ ପାଣି କାଦୁଅରେ ରାସ୍ତା ଭରି ହୋଇ ରହୁଥିଲା। ପ୍ରଶାସନକୁ ଗାଁ ଲୋକେ, ଯୁବକ ସଂଘର ସଦସ୍ୟ ମାନେ ଲିଖିତ ଭାବରେ ଜଣାଇ ଜଣାଇ ଥକି ପଡିଥିଲେ ହେଲେ  କୌଣସି ସୁଫଳ ମିଳିନାହିଁ। ତେଣୁ ବିନାୟକ ୟୁଥ୍ କ୍ଲବର ସଭାପତି ଯଶୋବନ୍ତ ଗହୀର, ସମ୍ପାଦକ ଲକ୍ଷାପତି ଭୋଇ ଓ କୋଷାଧ୍ୟକ୍ଷ କନ୍ଦର୍ପ ବାଗଙ୍କ ନେତୃତ୍ୱରେ ଯୁବକ ମାନେ ଜେସିବି ଓ ଟ୍ରାକ୍ଟର ଭଡାରେ ଆଣି, ସଦସ୍ୟ ମାନେ ନିଜେ ଶ୍ରମଦାନ କରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗାଁ ରାସ୍ତାକୁ ମରାମତି କରିଥିବା ଜଣାପଡିଛି। ୫୦୦ ମିଟର ରାସ୍ତାକୁ ୭୦ ଟ୍ରାକ୍ଟର ଟ୍ରିପ ମୁରୁମ ପକାଇ ମରାମତି କରି ଚାଲିବା ଯୋଗ୍ୟ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି ବିନାୟକ ୟୁଥ୍ କ୍ଲବର ସଦସ୍ୟମାନେ। ଆମ ଗାଁ ରାସ୍ତା ଖଣ୍ଡିକ ମରାମତି କରିବା ପାଇଁ ନିର୍ବାଚିତ ଲୋକପ୍ରତିନିଧି କିମ୍ବା ପ୍ରଶାସନ କେହି ମଧ୍ୟ କର୍ଣ୍ଣପାତ କଲେନି। ଶେଷରେ ଆମକୁ ନିଜେ କାମ କରିବାକୁ ପଡିଲା ବୋଲି ଦୁଃଖ ବ୍ୟକ୍ତ କରିଛନ୍ତି ବିନାୟକ ୟୁଥ୍ କ୍ଲବ ପାକେଲପଡାର ସଦସ୍ୟମାନେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.