କଳାହାଣ୍ଡି ପାଇଁ ଗୌରବ ଆଣିଲେ ପ୍ରଗତି ଛାତ୍ରୀ ପ୍ରିୟାଂସିତା ରାଉତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ୍ କୁମାର ନାଗ): ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରିୟାଂସିତା ରାଉତ ପ୍ରଗତି କଂସେପ୍ଟ ସ୍କୁଲ କଳା ବିଭାଗର ଛାତ୍ରୀ, ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ।

ପ୍ରିୟାଂସିତା ଭିଏତନାମରେ ୟୁନାଇଟେଡ଼ ନେସନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମୋଡେଲ ୟୁନାଇଟେଡ୍ ନେସନ୍ସ (IMUN) ରେ ଭାରତର ଏକମାତ୍ର ପ୍ରାର୍ଥୀ ଭାବରେ ପ୍ରତିନିଧିତ୍ୱ କରିଥିଲେ।

ଏହି ମଞ୍ଚରେ ବିଭିନ୍ନ ଦେଶରୁ ଆସିଥିବା ଯୁବ ପ୍ରତିଭାମାନେ, ସାମ୍ପ୍ରତିକ ସମୟର ବିଭିନ୍ନ ସମସ୍ୟା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ପ୍ରିୟାଂସିତା ବର୍ତ୍ତମାନ ସମୟରେ “ଜେଣ୍ଡର ପେ ଗେପ” ବିଷୟରେ ନିଜ ବକ୍ତବ୍ୟ ରଖି ମହିଳା ସଶକ୍ତିକରଣ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସେଠାରେ ଉପସ୍ଥିତ ସମସ୍ତ ବିଚରକ ମଣ୍ଡଳୀମାନଂକର ପ୍ରିୟ ଭାଜନ ହେବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପ୍ରିୟାଂସିତାଙ୍କ ସଫଳତାରେ ପ୍ରଗତି ଶିକ୍ଷାନୁଷ୍ଠାନର ସେକ୍ରେଟାରୀ ଇଂ ଅଜୟ କୁମାର ପଣ୍ଡା ଶୁଭେଚ୍ଛା ଜଣେଇବା ସହିତ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.