ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ବୃନ୍ଦାବନ ଚୌଧୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ: ଫୁଲବାଣୀ ସ୍ଥିତ ଫିରିଙ୍ଗିଆ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ବାର୍ଷିକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଗତ ଦିନରେ ଦୀର୍ଘଦିନରୁ ଶିକ୍ଷକତା ପରେ ଅବସର ନେଇଥିବା ଅନେକ ଶିକ୍ଷକଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଶ୍ରୀପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ ଚୌଧୁରୀଙ୍କୁ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିବା ସହ ଅବସରକାଳୀନ ସମୟ ସୁଖଦପୂର୍ଣ୍ଣ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଶ୍ରୀ ଚୌଧୁରୀ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଜଣେ ଉଚ୍ଚକୋଟିର ଆଦର୍ଶ ଶିକ୍ଷକ ଭାବେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ଏବଂ ତତସହିତ ନିଜ ଅଞ୍ଚଳରେ ଅଦ୍ୟାବଧି ସମସ୍ତଙ୍କର ପ୍ରିୟ ଶିକ୍ଷକ ଅଟନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷକ ସଂଘର‌ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।ଶିକ୍ଷକ ସଂଘର ଏହିପରି ସମ୍ବର୍ଦ୍ଧନା ଅବସର ନେଇଥିବା ଶିକ୍ଷକଙ୍କୁ ପ୍ରେରଣା ଦେବା ସହ ସାଧାରଣରେ ଅନେକ ଉତ୍ତମ ବାର୍ତ୍ତା ପ୍ରସାର କରିବ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.