ବାଲେଶ୍ଵରର ଭାରତ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଏଣ୍ଡ୍ ଟେକ୍ନୋଲୋଜି ଆନୁକୁଲ୍ୟରେ ଅନୁଷ୍ଠିତ ହେଲା ବିପିୟୁଟି ଜୋନସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ୍

ବୈଷୟିକ ପାଠପଢ଼ା ସହିତ କ୍ରୀଡ଼ା କ୍ଷେତ୍ରରେ ପାରଙ୍ଗମତା ହାସଲ ପାଇଁ ଏହି ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନର ଆବଶ୍ୟକତା ରହିଛି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଜୁ ପଟ୍ଟନାୟକ ୟୁନଭରସିଟି (ବିପିୟୁଟି)ର ଉତ୍ତର ଓଡ଼ିଶା ଜୋନସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାଲେଶ୍ଵର ସହରର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି।ଭାରତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଏଣ୍ଡ୍ ଟେକ୍ନୋଲୋଜି ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବାଲେଶ୍ଵର ପୌରଧ୍ୟକ୍ଷା ସବିତା ସାହୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ବୈଷୟିକ ପାଠପଢ଼ା ସହିତ କ୍ରୀଡ଼ା କ୍ଷେତ୍ରରେ ପାରଙ୍ଗମତା ହାସଲ ପାଇଁ ଏହି ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟଅତିଥି ଶ୍ରୀମତୀ ସାହୁ କହିଥିଲେ । ବାଲେଶ୍ଵରର ଭାରତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଏଣ୍ଡ୍ ଟେକ୍ନୋଲୋଜିର ପ୍ରିନସିପାଲ୍ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜର ଟ୍ରଷ୍ଟି ଡକ୍ଟର ନୀହାରିକା ମହାନ୍ତି, ଡାକ୍ତର ଆକାଶ ମୋଦି ଓ ମନୋଜ କୁମାର ଜେନା, ମଡର୍ଣ୍ଣ ଇଞ୍ଜିନିୟରିଂ ଏଣ୍ଡ୍ ମ୍ୟାନେଜମେଣ୍ଟ୍ କଲେଜର ପ୍ରିନସିପାଲ୍ ଡକ୍ଟର ରଞ୍ଜନ କେଶରୀ ପତି, ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଉପାଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ମହାନ୍ତି ଓ କଲେଜର କ୍ରୀଡ଼ା ଅଧିକାରୀ ଆଦିତ୍ୟ ଦଣ୍ଡପାଟ, ଶ୍ରୀନିକ୍ସ ଇଞ୍ଜିନିୟରିଂ କଲେଜର ଡିନ୍ ଡକ୍ଟର ଅରବିନ୍ଦ ପଣ୍ଡା, କ୍ରୀଡ଼ା ଅଧିକାରୀ ମିହିର ରଞ୍ଜନ ବେହେରା, ବାଲେଶ୍ଵର ପୌର ପରିଷଦର କାଉନସିଲର୍ ପ୍ରୀତିଲତା ସେଠୀ, ଯୁବ ସଂଗଠକ ବିକାଶ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଭାରତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ୍ ଏଣ୍ଡ୍ ଟେକ୍ନୋଲୋଜିର ଟ୍ରଷ୍ଟି ଅସିତ୍ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମୟୂରଭଞ୍ଜର ସୀମାନ୍ତ ଇଂଜିନିୟରିଂ କଲେଜ, କେଉଁଝର ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ, ବରପଦା ସ୍ଥିତ ଭଦ୍ରକ ଇଞ୍ଜିନିୟରିଂ କଲେଜ, ବାଲେଶ୍ଵରର ମେମ୍ସ, ସତ୍ୟସାଇ, ଝାଡେଶ୍ୱର୍, ବିସିଇଟି ଓ ବିଟସ ପ୍ରଭୃତି ଇଞ୍ଜିନିୟରିଂ କଲେଜ ସମେତ ଏବିଏ ଓ ଭାରତ ଇନଷ୍ଟିଚ୍ୟୁଟ୍ ପ୍ରଭୃତି ମ୍ୟାନେଜମେଣ୍ଟ କଲେଜର ଶ୍ରେଷ୍ଠ ଦୁଇ ଜଣ ବ୍ୟାଡମିଣ୍ଟନ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ବାଲେଶ୍ଵର ଜିଲ୍ଳା ବ୍ୟାଡମିଣ୍ଟନ ଆସୋସିଏସନର ଗୌରୀ ଶଙ୍କର ବିଶି, ସତ୍ୟଜିତ ପରିଡ଼ା ଓ ସରୋଜ କୁମାର ବେହେରା ପ୍ରମୁଖ ଆମ୍ପାୟର ଭାବେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରୁ ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ବିପିୟୁଟିର ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଡକ୍ଟର ପ୍ରଦୀପ କୁମାର ଗିରି, ସୌଗୁପ୍ତା କାଦ୍ରି, ଆଶାପର୍ଣ୍ଣା ପୃଷ୍ଟି , ଶୁଭଲକ୍ଷ୍ମୀ ସାହୁ, ଦେବବ୍ରତ ସାହୁ, ରୂପାଲି ମିଶ୍ର, ସୁଶ୍ରୀ ସଙ୍ଗୀତା କର, ଦିଲ୍ଲୀପ କୁମାର ଦାସ, ମଧୁସୂଦନ ରାଉତ ପ୍ରମୁଖଙ୍କ ସହ ଭାରତ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ ଏଣ୍ଡ୍ ଟେକ୍ନୋଲୋଜିର କର୍ମଚାରୀମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.