ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟଳୟ ଠାରେ ମଙ୍ଗଳବାର ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଧର୍ମଗଡ଼ ବିଧ୍ୟାୟକଙ୍କ କୋକସରା ପ୍ରତିନିଧି ତ୍ରିନାଥ ଶବର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ସହକାରୀ ଯନ୍ତ୍ରୀ ଏହେମଦ ସରିଫପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ ବିଗତ ବର୍ଷ କମିଟି ହିଁ ପରିଚାଳନା ପାଇଁ ନିଷ୍ପତି ନିଆଯାଇଛି। ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତ ପରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ଜାନୁଆରୀ ୭, ୮ ଓ ୯ ତାରିଖ ଦୁଇ ଦିନ ଧରି ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନରୁ ଲୋକେ ନିଜର କଳା ସଂସ୍କୃତି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଉତ୍ସବକୁ ଆକର୍ଷଣ କରିବା ପାଇଁ ଗୁରୁଜୀମୁଣ୍ଡା ଯୋଗମାୟା ପୀଠ ମଞ୍ଚ ତିଆରି କରିବା ପାଇଁ ସ୍ଥିର କରାଯାଇଛି। ବୈଠକରେ କୋକସରା ଡିଗ୍ରୀ କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ପୁରୁଷୋତମ ଗୁପ୍ତା, ତିଲୋତମା ନାଏକ, ଘୁମୁରା ଗୁରୁ ମହେଶ୍ୱର ସରାଫ, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ତ୍ରିଭୁବନ ନାଏକ, ଇନ୍ଦ୍ରମଣି ଧଙ୍ଗଡ଼ା ମାଝୀ, ଦେବେନ୍ଦ୍ର ପାଟଯୋଶୀ, ଜବହାରଲାଲ ଗୁପ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ପିଏଚଇଓ ଶର୍ମିଲା ଛତ୍ରିଆ, ନନ୍ଦ କିଶୋର ଧରୁଆ, ଋତୁରାଜ ମାଝୀ, ବିଘ୍ନେଶ୍ଵର ନାଏକ, ଜିତେନ୍ଦ୍ର ପଣ୍ଡା, ଜିତେନ୍ଦ୍ର ପ୍ରଧାନୀ ଏବଂ ସମସ୍ତ ସରପଞ୍ଚ ସମତି ସଭ୍ୟ ସଭ୍ୟା, କନିଷ୍ଠ ଯନ୍ତ୍ରୀ ଏବଂ ବ୍ଲକ କର୍ମଚାରୀ ସହିତ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବୈଠକୁ ଜିପିଡିଓ ମିଳୁ ପ୍ରଧାନୀ ଓ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁନ୍ଦର ମୋହନ ନାଏକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.