ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଥାନା ଅଞ୍ଚଳରେ ସୋମବାର ଦିନ ରାତିରେ ଏକ ଡକାୟତି ମାମଲାରେ ଜୁନାଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋଲାମୁଣ୍ଡ ବ୍ଲକ ର ଅନ୍ତର୍ଲା ଗ୍ରାମର କାନ୍ହୁ ବରିହା (୩୩), ପୁରାଗାଁ ଗ୍ରାମର ଦେବେନ୍ଦ୍ର ସାହୁ (୩୮) ଓ ଗୋଲାମୁଣ୍ଡା ଅଞ୍ଚଳର ବସନ୍ତ ଚାଲାନ । ସୂଚନା ମତେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର କଲମପୁର ଚକ ନିକଟସ୍ତ ଏନ୍ ଏଚ ୨୬ ସୋମବାର ରେ ରାତ୍ର ଗୋଟିଏ ପିକ୍ ଅପ୍ ଖରାପ ହୋଇ ଅଟକିଥିଲା l ସେତିକି ବେଳେ ଦୁଇ ଜଣ ଯୁବକ ଏକ ଅପଚୀ ଗାଡି ରେ ଆସି ପିକ୍ ଅପ୍ ରେ ବସିଥିବା ଯୁବକକୁ ମlଡ ମାରି ବନ୍ଧୁକ ଦେଖାଇ ଭୟଭୀତ କରି ଥିଲେ l ଏବ୍ଂ ପାଖରେ ଥିବା ସମସ୍ତ ଟଙ୍କା ଡକାୟତି କରି ନେଇ ପଳାଇଥିଲେ l କୋଣସି ମତେ ଗାଡି ରେ ଥିବା ଲୋକେ ଜୁନାଗଡ ପୋଲିସ କୁ ଖବର ଦେଇଥିଲେ l ଜୁନାଗଡ ପୋଲିସ ତ୍ଵରିତ ପଦକ୍ଷେପ ନେଇ ଘଟନା ସ୍ତଳ ରେ ପହଂଚି ଦୁଇ ଜଣ ଡକାୟତ କୁ କାବୁ କରିଥିଲେ l ଦୁଇ ଜଣ ଙ୍କ ଠାରୁ ଗୋଟିଏ ଆପାଚୀ ବାଇକ୍, ଗୋଟିଏ ଇଂଲଣ୍ଡ ତିଆରି ରିଭଲଭର ଓ ଦୁଇଟି ଅଫୁଟା ଗୁଳି ଓ ଗୋଟିଏ ଖୋକା ପୋଲିସ ଯବତ୍ କରିଥିଲା l ଡକାୟତ ଦୁଇ ଜଣ ହେଲେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କାହ୍ନୁ ବରିହା ଓ ଜୁନାଗଡ ଅଞ୍ଚଳ ର ଦେବେନ୍ଦ୍ର ସାହୁ ସେ ଦୁଇ ଜଣ ଗୋଲାମୁଣ୍ଡା ବ୍ଲକ ରେ ବସ ବାସ କରନ୍ତି l ପୋଲିସ ସୂତ୍ର ରୁ ପ୍ରକାଶ ଯେ ଦେବେନ୍ଦ୍ର ଗତ ବର୍ଷେ ତଳେ ଗୋଲାମୁଣ୍ଡା ଅଞ୍ଚଳ ର ବସନ୍ତ ଚାଲାନ ସସ୍ପର୍ଶରେ ଆସି ୪୦ ହଜାର ଟଙ୍କା ଦେଇ ରିଭଲଭର ଓ ଗୁଳି କିଣିଥିଲେ l ଜୁନାଗଡ ପୋଲିସ ଗୋଲାମୁଣ୍ଡା ର ବସନ୍ତ ଚାଲାଣ କୁ ରିଭଲଭର ବିକ୍ରି କରିଥିବା ରୁ ପୋଲିସ ଜୁନାଗଡ ଥାନା କୁ ଆଣି ଅଧିକ ପଚରାଉଚରା କରିଥିଲେ l ଅଭିଯୁକ୍ତ ଡକାୟତ ଙ୍କ ନାମରେ ଜୁନାଗଡ ଥାନା ରେ ବିଭିନ୍ନ ଦଫା ରେ ମାମାଲା ରୁଜୁ ହୋଇଥିଲା l ଆଜି ଅପରାହ୍ଣ ରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଜୁନାଗଡ ଆଇ ଆଇ ସି ଶେଷଦେବ ବେହେରା ପ୍ରକାଶ କରିଛନ୍ତି l





