ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ପଟାମରା ଗାଁ ମୁଣ୍ଡରେ ଅସହାୟ ଅବସ୍ଥାରେ ରହୁଥିବା ଉପାସୀ ବସ୍ତିଆଙ୍କୁ ବ୍ଲକ ପ୍ରଶାସନ ସୋନପୁର ସ୍ଥିତ ବୃଦ୍ଧାଶ୍ରମକୁ ପଠାଇଛି | ମହିଳା ଜଣଙ୍କର ନିଜର ବୋଲି କେହି ନ ଥିବା ବେଳେ ଅସହାୟ ଅବସ୍ଥାରେ ରହୁଥିଲେ | କେହି ଦୟାକରି ମୁଠାଏ ଦେଲେ ଖାଉଥିଲେ | ନଚେତ ଭୋକ ଓପାସରେ ଦିନ କଟୁଥିଲା | ଏ’ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା ଜାଣିବା ପରେ ପଟାମରା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ମହିଳାଙ୍କ ପୁନଃସଂସ୍ଥାନ ନେଇ ପଦକ୍ଷେପ ଗ୍ରହଣ କରିଥିଲେ | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ ମହିଳାଙ୍କୁ ନେଇ ସୋନପୁର ଜିଲ୍ଲା ସଦର ମହକୁମା ଠାରେ ରହିଥିବା ପିପୁଲ୍ସ ଫୋରମ ଦ୍ୱାରା ପରିଚାଳିତ ପୁନର୍ବାସ ଗୃହରେ ଛାଡିଥିଲେ | ମହିଳାଙ୍କ ଥଇଥାନ ନେଇ ଗ୍ରାମବାସୀଙ୍କ ତରଫରୁ ଖୁସି ପ୍ରକାଶ ପାଇବା ସହ ବ୍ଲକ ପ୍ରଶାସନଙ୍କ ଭୁୟସୀ ପ୍ରଶଂସା କରାଯାଇଛି |





