ଦାରିଙ୍ଗବାଡିରେ ୧୨ଘଣ୍ଟିଆ ରାସ୍ତା ଅବରୋଧ ଡାକରା: ପ୍ରତିଶୃତି ମିଳିବା ପରେ ୬ଘଣ୍ଟା ରେ ହଟିଲା ରାସ୍ତା ରୋକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ବାଇମାଲା ତନଖି ଫାଟକ ଠାରେ ୫୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ଜାତୀୟ ରାଜପଥ ର ଅଡାମାହା ଠାରୁ ପିପଳପଙ୍କା ପର୍ଯ୍ୟନ୍ତ ପ୍ରାୟ ୨୬କିମି ଘାଟି ରାସ୍ତା ର ପ୍ରଶସ୍ତି କରଣ ରେ ଅହେତୁକ ବିଳମ୍ବ ହେଉଥ‌ିବା ଓ ଡବଲ ଇଞ୍ଜିନ ସରକାର ତରବରିଆ ଭାବେ ଉକ୍ତ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ କରି ଦୀର୍ଘ ଦିନ ହେଲା ଉକ୍ତ କାର୍ଯ୍ୟ ଆରମ୍ଭ ନ କରିବା ଓ ଜାତୀୟ ରାଜପଥ ପାର୍ଶ୍ଵ ଥ‌ିବା ଷ୍ଟ୍ରିଟ ଲାଇଟ ର ମରାମତି ଆଦି ଦାବୀ ନେଇ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ନିଷ୍ପତ୍ତ ନେଇ ଗତ ୧୦ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରାଯାଇଥିଲା।

ତେବେ ଆଜି ପର୍ଯ୍ୟନ୍ତ ଡବଲ ଇଂଜିନ ସରକାର ଙ୍କ ଉଦାସୀନତା ମନୋଭାବ ଯୋଗୁଁ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥ‌ିବା ଅଭିଯୋଗ ହେଉଛି। ଏହାକୁ ପ୍ରତିବାଦ କରି ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ ଙ୍କ ନେତୃତ୍ବ ରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆ ଯାଇଥିଲା,ଏହି ରାସ୍ତା ଟି କନ୍ଧମାଳ ଓ ଗଞ୍ଜାମ କୁ ସଂଯୋଗ କରୁଥିବା ରୁ ଏହି ରାସ୍ତାରୋକ କାର୍ଯ୍ୟକ୍ରମ ରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପୂର୍ବତନ ବିଧାୟକ ଭଗବାନ ପଣ୍ଡା, ସୋରଡ଼ା ସମିତି ଅଧ୍ଯକ୍ଷ ଶିବଶଙ୍କର ପଣ୍ଡା, ଦାରିଙ୍ଗବାଡି ସମିତି ଅଧ୍ଯକ୍ଷ ସୁଶାନ୍ତ ପ୍ରଧାନ, ୧୦ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ ସମେତ ସୋରଡ଼ା ଓ ଦାରିଙ୍ଗବାଡି ବ୍ଲକ ର ବହୁ ନେତା କର୍ମୀ ଓ ଜନସାଧାରଣ ସାମିଲ ହୋଇଥ‌ିବା ଦେଖ‌ିବାକୁ ମିଳିଛି।

ବିକ୍ଷୋଭ କାରୀ ମାନେ ସକାଳ ୬ଘଣ୍ଟା ରୁ ରାସ୍ତା ରୋକ କରିଥିବା ବେଳେ ପର୍ଯ୍ୟଟକ ଓ ପିକନିକ ପାର୍ଟି ଓ ଯାତ୍ରୀ ମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖୁବାକୁ ମିଳିଛି। ବାଲିଗୁଡା ଏସ୍‌‌ଡ଼ପିଓ ଶୁଭମ ଭୋସଲେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର,‌ ଦାରିଙ୍ଗବାଡି ଡ଼ିଏସପି କନକ ମାଝୀ, ସୋରଡ଼ା ଆଇଆଇସି ସୁନୀଲ କୁମାର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଆନ୍ଦୋଳନ କାରୀ ମାନେ ନିଜ ଜିଦ ରେ ଅଟଳ ରହିଥିଲେ।

ପରେ ବ୍ରହ୍ମପୁର ଜୋନ ର ଜାତୀୟ ରାଜପଥ ବିଭାଗୀୟ ଅଧୂକାରୀ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିଥିଲେ ଏବଂ ତିନି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.