ବୁଡ଼ାଗୁଡ଼ା ଉପ ବଜାର ପ୍ରାଙ୍ଗଣରେ ଖରିପ ଧାନ ମଣ୍ଡି ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ରେ ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ତରଫରୁ ବୁଡ଼ାଗୁଡ଼ା ଉପ ବଜାର ପ୍ରାଙ୍ଗଣରେ ଖରିପ ଧାନ କିଣିବା ନିମନ୍ତେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି | ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି କତୃପକ୍ଷ ଙ୍କ ତରଫରୁ ୨୦୨୫-୨୬ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି । ଏଠାରେ ଲ୍ୟାମ୍ପ ପରିଚାଳକ ତାରିଣୀ ତ୍ରିପାଠୀ ଓ ସଭାପତି ଶଙ୍କର ହୁଈକା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ତହସିଲଦାର ମାନସ ରଞ୍ଜନ ମାନସେଠ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ, ଏମ ଆଇ ଅନିଲ କୁମାର ଗମାଙ୍ଗ, ଲ୍ୟାମ୍ପର ଏସ ଆର ସି ଏସ ଜି. କ୍ରିଷ୍ଣା ମୂର୍ତ୍ତି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ ଚାଷୀ ଗୋପୀନାଥ ପେରିସିକା, ଦାଶରଥି ନାୟକ, ବିନାୟକ କୁଲସିକା, ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ବସନ୍ତ କୁମାର ପାଳ ମଞ୍ଚାସିନ ରହିଥିଲେ । ଚାଷୀକୁ ମିଲର ବା ଆର ଏମ୍ ସି ପକ୍ଷରୁ ଅଖାବସ୍ତା ଯୋଗାଇଦେବାର ଅଛି । ମଣ୍ଡିରେ ଧାନ କିଣିବା ପରେ ୭୨ ଘଣ୍ଟା ମଧ୍ୟରେ ଚାଷୀ କୁ ଟଙ୍କା ଆସିବାର ଅଛି ବୋଲି ଚାଷୀ ମାନେ ଦାବି କରିଥିଲେ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବୁଡ଼ାଗୁଡା ଆର ଏମ୍ ସି ୟାର୍ଡ କୁ ମାଝୀଗୁଡା, ପୂଜାରିଗୁଡା, ସୁନାଖଣ୍ଡି, ପୋଲମା, କନ୍ଧ କାତିପାଡୁ ପଞ୍ଚାୟତର ଚାଷୀ ଧାନ ଆଣିବାପାଇଁ କୁହାଯାଇଥିବା ବେଳେ ଉକ୍ତଆର ଏମ୍ ସି ୟାର୍ଡ କୁ ବୁଧବାର ଓ ଗୁରୁବାର ଦିନ ବୁଡ଼ାଗୁଡା, ଶିକରପାଇ, ନାରାୟଣପୁର, କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ଧାନ ଆଣିବେ । କଲ୍ୟାଣସିଂହପୁର ଡାକ ବଙ୍ଗଳା ଠାରେ ଶୁକ୍ରବାର ଓ ଶନିବାର ଦିନ କଲ୍ୟାଣସିଂହପୁର, ଧାମୁଣିପଙ୍ଗା, ସିଙ୍ଗାରି ଓ ପାର୍ଶାଲି ପଞ୍ଚାୟତର ଚାଷୀ ଧାନ ଆଣିବେ ବୋଲି କୁହାଯାଇଛି । ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ୨୩୬୯ଟଙ୍କା,ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ଓ ଇନପୁଟ ସହାୟତା ୮୦୦ଟଙ୍କା ସରକାରୀ ରିହାତି ମୂଲ୍ୟ ରହିଥିବା ଅତିଥିମାନେ କହିଛନ୍ତି । ଏଥିରେ ମିଲର,ଚାଷୀ ଓ ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ, ଲ୍ୟାମ୍ପ ଏମ୍ ଡି ତାରିଣୀ ପ୍ରସାଦ ତ୍ରିପାଠୀ ଓ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.