ମୁନ କମ୍ୟୁନିକେସନ ପକ୍ଷରୁ ଅନୁଷ୍ଠିତ ହେଲା ବର୍ଷା ଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବର୍ଷାଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ରଣସାହି ୟୁନିଅନ ସରକାରୀ ଉଚ୍ଚ ଇଂରାଜୀ ପରିସରରେ ଅନୁଷ୍ଠିତ ହୋଇଅଛି। ‘ମୁନ୍’ର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସ ଯୋଗ ଦେଇ ଭୂ-ତଳ ଜଳସ୍ତର ବୃଦ୍ଧି ପାଇଁ ବର୍ଷାଜଳ ସଂଚୟ ଏକ ମାତ୍ର ମାଧ୍ୟ୍ୟମ ଓ ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷକ ଶ୍ରୀ ସୁଦାମ ବେହେରା, ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ନାୟକ ଯୋଗ ଦେଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ଫଳରେ ଦିନକୁଦିନ ଭୂ-ତଳ ଜଳସ୍ତର କ୍ରମାଗତ ହ୍ରାସ ପାଉଛି l ଜଳସ୍ତର ବୃଦ୍ଧି ପାଇଁ ବର୍ଷାଜଳ ସଂଚୟର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରି ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସହ ଏହାର କାର୍ଯ୍ୟକାରିତା ପାଇଁ ଜନ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମଧ୍ୟରେ ଜଳ ସଂଚୟ ଉପରେ ଶପଥ ପାଠ କରାଯାଇ ଥିଲା। ପଙ୍କଜିନୀ ଦାସ, ଦିବ୍ୟାଶା ଜେନା, ଲିପି ମଳିକ, ସୁବାସିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.