ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସଭାପତିତ୍ବ କରିଥିବାବେଳେ ଯୁକ୍ତଦୁଇ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦା, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ଅତିଥି ଭାବରେ ବିଭାଗର ଅଧ୍ୟାପକ ଡ଼. ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ, ଅଧ୍ୟାପକ ଡ଼. ମହାଦେବ ଭୋଇ ପ୍ରମୁଖ ମଂଚାସୀନ ହୋଇଥିଲେ l ପ୍ରଥମ ବର୍ଷର ଛାତ୍ର ହୃଷିକେଶ ଗୋପାଳ ଅତିଥି ଆମନ୍ତ୍ରଣ କରିଥିଲେ l ଛାତ୍ରୀ ଆହ୍ଲାଦିନୀ ସାହୁ, କବିତା ସା, ଅଶ୍ୱିନୀ ଦୀପ,ସୁସ୍ମିତା ଭୋଇ ସ୍ୱାଗତ ସଂଗୀତ ଗାନ କରିଥିଲେ l ଅତିଥି ଗଣ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ଅର୍ଜନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l ତାଙ୍କ ଆଗାମୀ ଜୀବନ କିପରି ସମୃଦ୍ଧିଶୀଳ ହେବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଶେଷରେ ପ୍ରଥମ ବର୍ଷର ଛାତ୍ରୀ ବିଳାସିନୀ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ l କନିଷ୍ଠ ମାନେ ବଡ଼ ଭାଇ ଭଉଣୀ ମାନଂକୁ ସ୍ମୃତି ଉପହାର ପ୍ରଦାନ କରିଥିଲେ l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.