ଗଜପତି ଜିଲ୍ଲାସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ୨୦୨୬

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ପୋଲିସ୍ ରିଜର୍ଭ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଜିଲ୍ଲାସ୍ତରୀୟ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ କାନ୍ତ ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଉଦବୋଧନ ଦେଇ କର୍ତ୍ତବ୍ୟ ବେଳେ ଶହୀଦ ହୋଇଥିବା ପୋଲିସ ଭାଇ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପୋଲିସ ବାହିନୀ ସବୁ ବେଳେ ସମାଜର ଜାଗ୍ରତ ପ୍ରହରୀ ଭଳି ନିଶ୍ୱାର୍ଥ ସେବା ଯୋଗାଇ ଆସୁଛି । ବିଭିନ୍ନ ବିପର୍ଯ୍ୟୟ ସମୟରେ ହେଉ କି ବିଭିନ୍ନ ଦୁର୍ଘଟଣା ସମୟରେ ହେଉ ପୋଲିସ ବାହିନୀ ଅତ୍ୟନ୍ତ ଦାୟିତ୍ୱବୋଧତାର ସହ ସହାୟତା ପ୍ରଦାନ କରିଆସିଛି । ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା କ୍ଷେତ୍ରରେ ଓଡ଼ିଶା ପୋଲିସର ନିଷ୍ଠାପର ଉଦ୍ୟମ ହେଉ ତାଙ୍କର ଭୂମିକା ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଅବସରରେ ୨୦୨୫ ବର୍ଷ ପାଇଁ ୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଉତ୍ତମ ତଥା ଶ୍ରେଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ଯଥା:- ଏସ:ଆଇ:- ସୁନିଲ କୁମାର ସେଠୀ , ଏ:ଏସ:ଆଇ:- ଶ୍ରୀ କୈଳାଶ ଚନ୍ଦ୍ର ମୁଦୁଲି , ବେଷ୍ଟ ହାବିଲଦାର ଶ୍ରୀ ସୁବ୍ରତ କୁମାର ପଣ୍ଡା , ବେଷ୍ଟ ଏ:ପି:ଆର: କନଷ୍ଟେବଳ ଶ୍ରୀ ଧିରଜ୍ କୁମାର ପରିଚ୍ଛା ଏବଂ ବେଷ୍ଟ କନଷ୍ଟେବଳ ଶ୍ରୀ ସୁନିଲ କୁମାର ରଥ ପ୍ରମୁଖଙ୍କ ସେମାନଙ୍କ ଉତ୍ତମ କର୍ତ୍ତବ୍ୟ ପରାୟଣତା ଯୋଗୁଁ ଜିଲ୍ଲାସ୍ତରୀୟ ରେ ତାଙ୍କୁ ନଗଦ ଅର୍ଥ ରାଶି , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ପୋଲିସ ଆର:ଆଇ:- ଶ୍ରୀ ନିରଞ୍ଜନ ନାୟକ ଏବଂ ସର୍ଜେଣ୍ଟ ଶ୍ରୀ ପ୍ରଶାନ୍ତ ବେହେରା ପ୍ୟାରେଡ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କମାଣ୍ଡେଣ୍ଟ ଅଶୋକ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.