ବାଲ୍ୟ ବିବାହ ରୋକିବା ନିମନ୍ତେ ରାୟଗଡା ଜିଲ୍ଲା ପ୍ରଶାସନକୁ ରାଜ୍ୟ ସ୍ତରରେ ପ୍ରଶଂସା 

ରାୟଗଡ,୨୭/୧୦ : ଅକ୍ଟୋବର ୨ ତାରିଖ ଦିନ ଜିଲ୍ଲା ପ୍ରଶାସନ, ରାୟଗଡ, ଜିଲ୍ଲା  ଶିଶୁ ସୁରକ୍ଷା ୟୁନଟି, ସମାଜ ମଙ୍ଗଳ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଅନୁସୂଚତି ଜାତି ଓ ଜନଜାତି ବିଭାଗ, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ, ରାୟଗଡର ମିଳିତ ପ୍ରୟାସ କ୍ରମେ ଗାେଟିଏ ଦିନରେ ୩ ଲକ୍ଷ ୫୦ ହଜାର ପିଲାଙ୍କ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରାେକିବା ନିମନ୍ତେ ଶପଥ ନେଇଥିଲେ । ଏଥିପାଇଁ ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଗତ ୨୪ ତାରିଖ ଦିନ ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଦ୍ୱାରା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହିସାବରେ ଗଢି ତାେଳବା ପାଇଁ ପ୍ରସ୍ତୁତ କାଯ୍ୟ ଖସଡାକୁ ଉନ୍ମାେଚନ କରାଯାଇଥିଲା । ଏହି ଅବସରରେ ବାଲ୍ୟ ବିବାହ ରାେକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଆ ଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ମହିଳା ଓ ଶିଶୁକଲ୍ୟାଣ ସଚବି ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତି ସଚବି ଶ୍ରୀମତୀ ସୂଜାତା କାର୍ତ୍ତିକେୟନ, ସମନ୍ନିତି ଶିଶୁ ବିକାଶ ଯାେଜନା, ସମାଜ କଲ୍ୟାଣ ନିର୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତିରେ ଏହି ପ୍ରଶଂସା ପତ୍ର ଓ ସ୍ମାରକୀ ଜିଲ୍ଲା ପ୍ରଶାସନକୁ ଦିଆ ଯାଇଥିଲା । ରାୟଗଡ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା  ବେଗମ ଏହାକୁ ଗ୍ରହଣ କରିଥିଲେ ।  ସମାଜ ମଙ୍ଗଳ ଅଧିକାରୀ ରାୟଗଡ ଜିଲ୍ଲାପାଳଙ୍କୁ ଏହି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ, ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା  ସାମାଜକି ସୁରକ୍ଷା  ଅଧିକାରୀ  ଆଦିପତି କହଁର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ ବିଶ୍ୱାଳ, ଜିଲ୍ଲା  ଶିକ୍ଷାଧିକାରୀ  ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


ପ୍ରକାଶ ଥାଉ ଯେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ଅନୁସାରେ ରାୟଗଡ ଜିଲ୍ଲା  ମହିଳା ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ପଞ୍ଚମ ସ୍ଥାନରେ ଥିବା ବେଳେ ପୁରୁଷ ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ବଢୁଛି ଏହା ସହତି ଅପପୃଷ୍ଟି ସମସ୍ୟା ମଧ୍ୟ ଦେଖାଦେଉଛି । ବାଲ୍ୟ ବବିାହ ଯୋଗୁଁ ଶିଶୁର ଶୈଶବ ବାଧାପ୍ରାପ୍ତ ହେଉଛି ଓ କମ ବୟସରେ ବବିାହ ଯୋଗୁଁ ପାଠ ପଢା ବାଧାପ୍ରାପ୍ତ ହୁଏ ଓ ନଜିର ଆର୍ଥିକ ସ୍ଥିତି ମଜବୁତ ହୋଇ ପାରେନାହିଁ । ଏହି ସମସ୍ୟା ଗୁଡକିୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନସେଫର ମିଳିତ ଉଦ୍ୟମରେ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ  ସଚେତନ କରାଇବା, ପ୍ରତ୍ୟେକ ଶିଶୁ କିପରି ନୟିମିତ ବିଦ୍ୟାଳୟକୁ ଯିବ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୁଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନଶ୍ଚିତ କରାଇବା, ଶିଶୁ ସୁରକ୍ଷା  ବଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶାେର ଓ କିଶାେରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡକିରେ ସାମିଲ୍ କରାଇବା, ସ୍ୱାସ୍ଥ୍ୟ ସୁବିଧିାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ବଭିନ୍ନ ବିଭାଗ ସହତି ମିଳିତ ଆଲୋଚନା କ୍ରମେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ୨୦୧୯ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ ପ୍ରସ୍ତୁତ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୁପ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କ ଦ୍ୱାରା ନିଜ ଅଞ୍ଚଳରେ ପିଲାମାନଙ୍କୁ ସଚେତନ କରିବା ପାଇଁ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷ ବିବାହ କରାଇବେ ନାହିଁ, ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଲେ ସେମାନଙ୍କୁ ବିବାହ ନ କରାଇବା ପାଇଁ ବୁଝାଇବେ, ଯଦି ଆବଶ୍ଯକ  ପଡେ ଚାଇଲ୍ଡ ଲାଇନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର ଓ ସିଡପିଓଙ୍କୁ ଜଣାଇବେ  ବୋଲି ଶପଥ ପାଠ କାର୍ଯ୍ୟକ୍ରମର ପ୍ରୋୟଜନ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

———————————————————

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.