ସିକେରକୁପା ଠାରେ ଏ /୬୪ ବାଟାଲିୟନ ସିଆରପିଏଫ ଜବାନଙ୍କ ସଫେଇ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,5/12 : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସିକେରକୁପା ଠାରେ ନିୟୋଜିତ ସିଆରପିଏଫ ଏ /୬୪ ବାଟାଲିୟନର ଜବାନମାନେ ଅଞ୍ଚଳବାସୀଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି । ବାଟାଲିୟନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଗୁଣନିଧି ପ୍ରଧାନଙ୍କ ନେତୃତ୍ୱରେ ଜବାନମାନେ ସିକେରକୁପା ଶିବ ମନ୍ଦିର ଓ ଏହାର ଆଖପାଖରେ ସଫେଇ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ଓ ଏହାର ଉପକାରିତା ସଂପର୍କରେ ସଚେତନତା ବାର୍ତ୍ତାର ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ /୬୪ ବାଟାଲିୟନର ସମସ୍ତ ଜବାନ ସକ୍ରିୟ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ, ଅଞ୍ଚଳରେ ନକ୍ସଲ ଦମନ ପାଇଁ ସିକେରକୁପା ଫାଣ୍ଡି ପରିସରରେ ସିଆର୍ପିଏଫ୍ର ଏ/୬୪ ବାଟାଲିୟନ ଅବସ୍ଥାପିତ ହୋଇଥିବାବେଳେ ଜିଲ୍ଲା ପୁଲିସ, ଡିଭି ଏଫ୍ ସହିତ ମିଳିତ ଭାବେ ନକ୍ସଲ ଦମନ ଅପରେସନ ଜାରି ରଖିଛନ୍ତି ।

Udyog Nursery
Udyogi Nursery

 

ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତାକୁ ମଧ୍ୟ ନିଜ ଦାୟିତ୍ୱ ଭାବେ ନିର୍ବାହ କରି ଆସୁଛନ୍ତି । ଏହି ମର୍ମରେ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in


୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.