ସରିଆଁ ମଣ୍ଡି ବିବାଦର ହେଲା ସମାଧାନ, ଉଠିଲା ଧାନ

ଚାଷି ଏକତାର ପରିଣାମ, ସମାଧାନର ରାସ୍ତା ବାହାର କଲା ଜିଲ୍ଲା ପ୍ରଶାସନ

କଳାହାଣ୍ଡି,୬/୧୨ : ମଣ୍ଡିରେ କଟନି ଛଟନୀ ଓ ଏଜେଣ୍ଟଙ୍କ ଦୌରାତ୍ମ୍ୟର ବିରୋଧ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାପରେ ନ୍ୟାୟ ପାଇଛନ୍ତି ଚାଷୀ । ସରିଆଁ ମଣ୍ଡିରେ ସ୍ବାଭାବିକ ହୋଇଛି ଧାନକିଣା ପ୍ରକ୍ରିୟା । ଏଠାରେ ସୂଚନା ଯୋଗ୍ୟଯେ, ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ମଣ୍ଡିରେ ୧୦/୧୨କିଜେ ପର୍ଯ୍ୟନ୍ତ ଧାନ କଟନୀ ଛଟନୀକୁ ତିବ୍ର ବିରୋଧ କରିଥିଲେ ଚାଷୀ କୂଳ । କିନ୍ତୁ ସେମାନଙ୍କ କଥା ସଂପୃକ୍ତ ମଣ୍ଡିର କିଏ ନସୁଣିବାପରେ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । କୃଷକ ମାନଙ୍କ କଥାକୁ ଗୁରୁତର ସହ ବିଚାରକୁ ନେଇ ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଦ୍ଧ୍ୟାନ କରିଥିଲେ ଏସିସିଓ ଖଗେଶ୍ବର ପଣ୍ଡା। ଚାଷୀଙ୍କ ଦାବୀ ମୁତାବିକ ଏହି ମଣ୍ଡିରେ ସଂପୃକ୍ତ ମିଲର୍ସ ମାନଙ୍କ ଏଜେଣ୍ଟଙ୍କୁ ପରିବର୍ତ୍ତନ ସହ ନିୟମ ଅନୁସାରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଧାନ କିଣାଯିବାର ପ୍ରତିଶୃତି ପରେ ମଣ୍ଡିର ଅବସ୍ଥା ସ୍ବାଭାବିକ ହୋଇଛି । ଗୁରୁବାର ରାମାନୁଜ ରାଇସ ମିଲ ଓ ଜୈନ ଏସକେପି ଧାନ ଉଠାଇଥିବାବେଳେ ବିବାଦର ମୂଳମଞ୍ଜି କୁହାଯାଉଥିବା ବିକେ ଫୁଡସ୍ କେସିଙ୍ଗା ର ଏଜେଣ୍ଟ ଉପସ୍ଥିତ ନଥିଲେ କିମ୍ବା ଏହି ମିଲ ଧାନ ଉଠାଇ ନଥିଲା । ବିକେ ଫୁଡସ୍ ର ଏହି ଖାମଖିଆଳି ଗୁଣକୁ ଚାଷୀ ମହଲରେ ତିବ୍ର ସମାଲୋଚନା କରାଯାଉଥିବା ସୁଣିବାକୁ ମିଳୁଛି । ତେବେ ଚାଷିମାନେ ସଂଘବଦ୍ଧ ଭାବରେ ନିଜର ହକ ପାଇଁ ସ୍ବର ଉତ୍ତୋଳନ କରିବା ପରେ ସେମାନଙ୍କ ସମସ୍ୟାର ସମାଧାନ ହେଉଥିବାରୁ ଏହା ଅନ୍ୟ ଅଞ୍ଚଳର ଚାଷୀ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

_________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.