ସୁବର୍ଣ୍ଣପୁରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ସୋନପୁର,୬/୧୨ : ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟେଗୀରେ ପରିଣତ କରିବା ଲକ୍ଷ୍ୟ ନେଇ କୃଷକ ଶକ୍ତି କରଣ, କୃଷି ବିଜ୍ଞାନ କେନ୍ଦ୍ର, ଓଡିଶା କୃଷି ଶିଲ୍ପ ନିଗମ ସୁବର୍ଣ୍ଣପୁର ତରଫରୁ ବିଶ୍ବ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଜୟନାରାଣ ନେଗି, ପୁର୍ଣ୍ଣଚନ୍ଦ୍ର ବିଶି, ସୁଶାନ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା , କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜିବନ ଜ୍ୟାତି ସେନ, ସୋନପୁର ଜିଲ୍ଲା କୃଷି ଅଧିକାରି ପ୍ରାସାନ୍ତ ସତପଥି, ଇକ୍ରିସାଟର ବୈଜ୍ଞାନିକ ରାଜେଶ ନୁନେ, ଜଳଛାୟା ପ୍ରକଲ୍ପ ଅଧିକରି ତରାକାନ୍ତ ପାତ୍ର, ବିରମହାରାଜପୁର ସହକାରି କୃଷି ଅଧିକରି ଅନ୍ତର୍ଯ୍ୟାମି ସାହୁ, ମୃତ୍ତିକା ରସାୟନବିତ ଅନିଲ ପ୍ରହରାଜ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁରଜ୍ୟୋତି ପଧାନ, ଗିତାଞ୍ଜଲି ପଧାନ, ସୁପ୍ରଭା ସେଠି ପ୍ରମୁଖ ଯୋଗ ଦେଇ ଏହି ଦିବସର ମହତ୍ୱ ଉପରେ ଆଲୋକ ପାତ କରିଥିଲେ । ଏହି ଅବସରରେ ୧୧୦ ଜଣ ଚାଷିଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । କର୍ଯ୍ୟକ୍ରମରେ ସହକାରି କୃଷି ଅଧିକାରି ପଙ୍କଜ ମେହେର , ବୈଷ୍ୟୟିକ ସହାୟକ ଅମରେଶ ରାଉତରାୟ, ଲୋପାମୁଦ୍ରା ରାୟ, ବୈଷ୍ୟୟିକ ସହାୟକ ମନୋରମା ବେହେରା ପ୍ରମୁଖଙ୍କ ସହ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

_________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.