ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୬/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୯୭ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ଏବଂ ଗୋଟିଏ ହଳ ଜୋତା ଓ ମୌଜା ବଣ୍ଟନ କାର୍ଯ୍ୟକ୍ରମ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଉପାଧକ୍ଷ୍ୟା ତୁଳସୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣୀ ମାଝୀ, ଲାଞ୍ଜିଗଡ଼ ପ୍ରେସ କ୍ଳବ ସଭାପତି କୈଳାଶ ସାହୁ, ଲାଞ୍ଜିଗଡ଼ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ଲାଞ୍ଜିଗଡ଼ କ୍ଲଷ୍ଟର ସଂଯୋଜକ ଏମ.ଚନ୍ଦ୍ର ଶେଖର, ସ୍କୁଲ ପରିଚାଳନା କମିଟି ସଭାପତି ଶାନ୍ତି ଲତା ପ୍ରଧାନୀ, କମିଟି ଉପ ସଭାପତି ବାବୁଲା ନାଏକ ପ୍ରମୁଖ ସଂମ୍ମାନୀତ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିଷକ ଦୁର୍ଗା ମାଧବ ମହାଖୁଡ଼, ମୁରଲୀ ଗୌଡ଼, ଡମ୍ବରୁ ସାହୁ, ବିରଞ୍ଚି ବନ୍ଧପାରିଆ, ଶିକ୍ଷୟତ୍ରୀ ସୁଜାତା ଦାସ, ମୋନାଲିଶା ମହାପାତ୍ର, ହେମାମାଳିନୀ ସାହୁ, ପ୍ରଭାତୀ ମଲ୍ଲିକ, ମାନସୀ ବାରିକ, ନଳିନୀ ମୁଣ୍ଡଛିନା ଓ ସ୍କୁଲ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡମ୍ବରୁ ସାହୁ ପରିଚାଳନା କରିଥିବାବେଳେ ଦୁର୍ଗା ମାଧବ ମହାଖୁଡ଼ ଧନ୍ୟବାଦ ଦେଇଥିଲେ।

ଏହି ବିଦ୍ୟାଳୟରେ ସର୍ବ ମୋଟ ୩୦୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ୮ଜଣ ଛାତ୍ରଛାତ୍ରୀ ବିଳମ୍ବରେ ନାମ ଲେଖାଇ ଥିବାଯୋଗୁଁ ପୋଷାକ ଓ ଜୋତା ପାଇବାରୁ ବଞ୍ଚିତ ଥିଲେ। ଏମାନଙ୍କର ମଧ୍ୟ କମ ସମୟ ମଧ୍ୟରେ ପୋଷାକ ଓ ଜୋତା ଆସିଯିବ, ଆସିଲେ ଦେବୁବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମହାଖୁଡ଼ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.